ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

୭ ମାସର ଶିଶୁକନ୍ୟାକୁ କଚାଡି ମାରିଲା ନୃଶଂସ ବାପା

0

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା କଣ୍ଟାପାଳ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ କଳହରୁ ସାତ ମାସର ଶିଶୁକନ୍ୟାକୁ ନିଶାସକ୍ତ ବାପା କଚାଡ଼ି ମାରିଥିବା ଜଣାପଡିଛି। ଅନ୍ୟପଟେ ଝିଅକୁ ହତ୍ୟା ପରେ ପ୍ରତିଶୋଧ ପରାୟଣ ହୋଇ ସ୍ୱାମୀକୁ ଆକ୍ରମଣ କରିଛି ସ୍ତ୍ରୀ। ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଉଦାସାହି ଗ୍ରାମର ସଞ୍ଜୟ ଚାତାର ଶ୍ୱଶୁର ଘର କଙ୍କଡାହାଡ଼ ଥାନା କଣ୍ଟାପାଳରେ ପରିବାର ସହିତ ରହି ଶ୍ରମିକ ଭାବେ କାମ କରୁଥିଲେ। ହେଲେ ଗତ କିଛି ମାସ ହେବ କୈାଣସି କାମଧନ୍ଦା ନକରି ସେ ଘରେ ବସି ରହୁଥିଲେ।ଗତକାଲି ପତ୍ନୀ ଜନନୀ ମୁଣ୍ଡା ସହ ଡିଲର ପାଖକୁ ଚାଉଳ ଆଣିବାକୁ ଯାଇ ଫେରିବା ବେଳେ ବାଟରେ ଉଭୟ ଝଗଡ଼ା ଲାଗିଥିଲେ। ଝଗଡା ଲାଗିବା ପରେ ମଦ୍ୟପ ସଞ୍ଜୟ ନିଜର ୭ମାସର ଶିଶୁ କନ୍ୟାକୁ ଗାଁ ଦାଣ୍ଡରେ କଚାଡି ଦେଇଥିଲା। ଘଟଣାସ୍ଥଳରେ ଶିଶୁର ମୃତ୍ୟୁ ହୋଇଛି। ଏପଟେ ସ୍ବାମୀର ନୃଶଂସ କାଣ୍ଡ ଦେଖି ଛୁଆକୁ ରକ୍ଷା କରିବାକୁ ସ୍ୱାମୀ ପେଟରେ କାଚ ବୋତଲ ଭୁସିଦେଲା ସ୍ତ୍ରୀ। ଏଥିରେ ସଞ୍ଜୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛି। କଙ୍କଡାହାଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.