ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ଶୌଚାଳୟ ଟାଙ୍କି ସଫା ବେଳେ ଶ୍ଵାସରୁଦ୍ଧ ହୋଇ ୪ ଶ୍ରମିକ ମୃତ

0

ନବରଙ୍ଗପୁର: ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ପଡ଼ାଲଗୁଡ଼ା ଗାଁରେ ମଙ୍ଗଳବାର ଏକ ବଡ଼ ଅଘଟଣ ଘଟିଛି। ପାଇଖାନା ଟାଙ୍କି ସଫା କରିବା ବେଳେ ଶ୍ବାସରୁଦ୍ଧ ହୋଇ ୪ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଲାଲୁ ରଣା, ତ୍ରିଲୋଚନ ଭରତ, ଏନ. ସନ୍ତୁ ଏବଂ ଅମିର ଖୁରା।

ସୂଚନା ଅନୁଯାୟୀ, ପଡ଼ାଲଗୁଡ଼ା ଗାଁରେ ମଙ୍ଗଳବାର ୪ଜଣ ଶ୍ରମିକ ଏକ ପାଇଖାନା ଟାଙ୍କି ସଫା କରୁଥିଲେ। କାମ ଚାଲିଥିବା ସମୟରେ ଅମ୍ଳଜାନ ଅଭାବରୁ ୪ ଶ୍ରମିକ ସେହିଠାରେ ଟଳି ପଡ଼ିଥିଲେ। ଏନେଇ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.