ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା

0

ଭୁବନେଶ୍ବର: ଭାରତରେ ଜାତିଗତ ଜନଗଣନା ୧ ମାର୍ଚ୍ଚ ୨୦୨୭ ରୁ ଆରମ୍ଭ ହେବ। ଏହି ଜନଗଣନା ସାରା ଦେଶରେ ଦୁଇଟି ପର୍ଯ୍ୟାୟରେ କରାଯିବ ବୋଲି ଜଣାପଡିଛି। ଏହି ଜନଗଣନା ୨୦୨୭ ମସିହାରୁ ଆରମ୍ଭ ହୋଇ ୨୦୨୮ ପର୍ଯ୍ୟନ୍ତ ଚାଲିପାରେ। ଏହା ପୂର୍ବରୁ ୨୦୨୧ରେ ଜନଗଣନା ହେବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ କୋଭିଡ୍‌-୧୯ ମହାମାରୀ ଯୋଗୁଁ ଏହା ସ୍ଥଗିତ ରହିଥିଲା। ଏହି ଜନଗଣନାରେ ଜାତିଗତ ତଥ୍ୟ ସଂଗ୍ରହ କରାଯିବା ନେଇ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୧୯୪୧ ପରେ ଏହା ହେଉଛି ପ୍ରଥମ ଜାତିଗତ ଜନଗଣନା, ଯାହାର ତଥ୍ୟ ୨୦୨୮ ଶେଷ ସୁଦ୍ଧା ପ୍ରକାଶ ପାଇପାରେ। ଏହି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଅଧିକାରୀମାନଙ୍କୁ ତାଲିମ ଦିଆଯିବାର ଆବଶ୍ୟକତା ରହିଛି।

ଓଡ଼ିଶାରେ ଏହି ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିଖିଲ ପବନ କଲ୍ୟାଣଙ୍କୁ ସେନସସ୍‌ ଅପରେସନର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏନେଇ ଡିଓପିଟି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି। ଜନଗଣନା ପରେ ଲୋକସଭା ଓ ବିଧାନସଭା ଆସନଗୁଡ଼ିକର ପରିସୀମନ ମଧ୍ୟ କରାଯାଇପାରେ, ଯାହା ୨୦୨୮ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଏହା ପରେ ୨୦୨୯ରୁ ନୂଆ ଆସନ ବିଭାଜନ ଅନୁସାରେ ନିର୍ବାଚନ ହେବାର ସମ୍ଭାବନା ରହିଛି।

ସୂଚନା ଅନୁସାରେ ଲଦାଖ, ଜମ୍ମୁ ଏବଂ କାଶ୍ମୀର, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ ଭଳି ପାହାଡ଼ିଆ ରାଜ୍ୟଗୁଡ଼ିକରେ ୧ ଅକ୍ଟୋବର ୨୦୨୬ରୁ ଜନଗଣନା ଆରମ୍ଭ ହେବ। ସେହିପରି ସମତଳ ଅଞ୍ଚଳରେ ଜାତିଗତ ଜନଗଣନା ପ୍ରକ୍ରିୟା ୨୦୨୭ ମସିହାରୁ ଆରମ୍ଭ ହେବ। ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଜାତି ଜନଗଣନା କରାଯିବ। ତେବେ ଜନଗଣନା ସହିତ ଜାତି ଜନଗଣନା ମଧ୍ୟ କରାଯିବ।

Leave A Reply

Your email address will not be published.