ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

୪ ନାବାଳକ ସମେତ ୧୦ ଜଣଙ୍କୁ କାବୁ କଲା ପୋଲିସ

0

ବ୍ରହ୍ମପୁର: ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୪ ନାବାଳକ ସମେତ ୧୦ ଜଣଙ୍କୁ କାବୁ କଲା ପୋଲିସ। ଗତକାଲି ୭ ଯୁବକଙ୍କୁ ଅଟକ ରଖାଯାଇଥିଲା ବେଳେ ବାକି ୩ ଜଣଙ୍କୁ ଗୋପାଳପୁର ପୋଲିସ ଧରିଛି। ସେମାନେ ବାହାର ରାଜ୍ୟକୁ ଫେରାର ପାଇଁ ଉଦ୍ୟମ କରୁଥିଲେ। ଅପରପକ୍ଷରେ ଆଜି ଘଟଣାସ୍ଥଳକୁ ଯାଇ ପୋଲିସ ଛାନ୍‌ଭିନ୍ କରିବ ବୋଲି ଜଣାପଡିଛି।

ବ୍ରହ୍ମପୁର ଏସ୍‌ପି ଏକ ପ୍ରେସ୍‌ମିଟ୍ କରି କହିଛନ୍ତି ଯେ, “୧୦ ଜଣଙ୍କ ମଧ୍ୟରୁ ୩ଜଣ ଦୁଷ୍କର୍ମ କରିଛନ୍ତି। ବାକି ୭ ଯୁବକ ଦୁଷ୍କର୍ମ ବେଳେ ଜଗିଥିଲେ। ୧୦ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି। ୧୦ ଜଣଙ୍କ ମଧ୍ୟରେ ୪ ନାବାଳକ। ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ। ୪ ନାବାଳକଙ୍କୁ ଜୁଭେନାଇଲ କୋର୍ଟ ପଠାଯିବ। ୪ ନାବାଳକ ୧୭ ବର୍ଷରୁ କମ୍‌ ବୟସର। ନାବାଳାକଙ୍କୁ ସାବାଳକ ଭାବେ ପରିଗଣିତ କରିବାକୁ ଅପିଲ କରିବୁ,” କହିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ୍।

ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଜଣେ ଯୁବତୀ ଗତକାଲି ଅପରାହ୍ନରେ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଯାଇଥିଲେ। ସନ୍ଧ୍ୟାବେଳେ କିଛି ଯୁବକ ଉଭୟଙ୍କୁ ନିଛାଟିଆ ସ୍ଥାନରେ ବସିଥିବା ଦେଖି ଅସଦାଚରଣ କରିଥିଲେ। ଆଉ ଏହା ପରେ ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏନେଇ ଯୁବତୀ ଏବଂ ପୁରୁଷ ବନ୍ଧୁ ଗୋପାଳପୁର ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇବା ସହ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଘଟଣାରେ ସମ୍ପୃକ୍ତ ଯୁବକମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା।

Leave A Reply

Your email address will not be published.