ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

୪ ନାବାଳକ ସମେତ ୧୦ ଜଣଙ୍କୁ କାବୁ କଲା ପୋଲିସ

0

ବ୍ରହ୍ମପୁର: ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୪ ନାବାଳକ ସମେତ ୧୦ ଜଣଙ୍କୁ କାବୁ କଲା ପୋଲିସ। ଗତକାଲି ୭ ଯୁବକଙ୍କୁ ଅଟକ ରଖାଯାଇଥିଲା ବେଳେ ବାକି ୩ ଜଣଙ୍କୁ ଗୋପାଳପୁର ପୋଲିସ ଧରିଛି। ସେମାନେ ବାହାର ରାଜ୍ୟକୁ ଫେରାର ପାଇଁ ଉଦ୍ୟମ କରୁଥିଲେ। ଅପରପକ୍ଷରେ ଆଜି ଘଟଣାସ୍ଥଳକୁ ଯାଇ ପୋଲିସ ଛାନ୍‌ଭିନ୍ କରିବ ବୋଲି ଜଣାପଡିଛି।

ବ୍ରହ୍ମପୁର ଏସ୍‌ପି ଏକ ପ୍ରେସ୍‌ମିଟ୍ କରି କହିଛନ୍ତି ଯେ, “୧୦ ଜଣଙ୍କ ମଧ୍ୟରୁ ୩ଜଣ ଦୁଷ୍କର୍ମ କରିଛନ୍ତି। ବାକି ୭ ଯୁବକ ଦୁଷ୍କର୍ମ ବେଳେ ଜଗିଥିଲେ। ୧୦ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି। ୧୦ ଜଣଙ୍କ ମଧ୍ୟରେ ୪ ନାବାଳକ। ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ। ୪ ନାବାଳକଙ୍କୁ ଜୁଭେନାଇଲ କୋର୍ଟ ପଠାଯିବ। ୪ ନାବାଳକ ୧୭ ବର୍ଷରୁ କମ୍‌ ବୟସର। ନାବାଳାକଙ୍କୁ ସାବାଳକ ଭାବେ ପରିଗଣିତ କରିବାକୁ ଅପିଲ କରିବୁ,” କହିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ୍।

ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଜଣେ ଯୁବତୀ ଗତକାଲି ଅପରାହ୍ନରେ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଯାଇଥିଲେ। ସନ୍ଧ୍ୟାବେଳେ କିଛି ଯୁବକ ଉଭୟଙ୍କୁ ନିଛାଟିଆ ସ୍ଥାନରେ ବସିଥିବା ଦେଖି ଅସଦାଚରଣ କରିଥିଲେ। ଆଉ ଏହା ପରେ ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏନେଇ ଯୁବତୀ ଏବଂ ପୁରୁଷ ବନ୍ଧୁ ଗୋପାଳପୁର ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇବା ସହ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଘଟଣାରେ ସମ୍ପୃକ୍ତ ଯୁବକମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା।

Leave A Reply

Your email address will not be published.