ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

କଟକରେ ବିଭିନ୍ନ ହୋଟେଲ୍‌ରେ ଚଢ଼ାଉ କରି ସିଲ୍‌ କଲା ସ୍ବାସ୍ଥ୍ୟ ବିଭାଗ

0

କଟକ: ରାଜ୍ୟର ୭ ଜିଲ୍ଲାକୁ ବ୍ୟାପିଲାଣି ଝାଡ଼ବାନ୍ତି। ଏହାକୁ ଦୃଷ୍ଟିରେ ରଖି କଟକରେ ଆକ୍ସନ ମୋଡରେ ସ୍ୱାସ୍ଥ୍ୟ ବିଭାଗ। ଦୂଷିତ ପାଣି ଓ ବାସି ଖାଦ୍ୟ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଟେଲ, ଢାବା, ଫାଷ୍ଟଫୁଡ୍ ଦୋକାନରେ ଚଢ଼ଉ ଚାଲିଛି।

କଟକ ଷ୍ଟେସନ୍‌ ବଜାରର ବିଭିନ୍ନ ହୋଟେଲ୍‌ରେ ଚଢ଼ାଉ କରାଯାଇଛି। ୨ଟି ହୋଟେଲ୍‌କୁ ସିଲ୍‌ କଲା ସ୍ବାସ୍ଥ୍ୟ ବିଭାଗ। ହୋଟେଲ୍‌ରେ CMC ସ୍ବାସ୍ଥ୍ୟ ବିଭାଗ ଟିମ୍‌ର ରେଡ୍। ଅପରିଷ୍କାର ଓ ନିମ୍ନମାନର ଖାଦ୍ୟ ନେଇ ରେଡ୍ କରାଯାଇଛି। ନିମ୍ନମାନର ପାଣି ଯୋଗୁଁ ୨ଟି ହୋଟେଲ ସିଲ୍‌ କରାଯାଇଛି।
ଖାଦ୍ୟ ସୁରକ୍ଷା ବିଭାଗ ଦ୍ଵାରା ଆଜି କଟକ ରେଳ ଷ୍ଟେସନ ନିକଟରେ ଥିବା ବିଭିନ୍ନ ହୋଟେଲରେ ଚଢ଼ଉ କରାଯାଇଛି। ଏଥିରେ ପାଖାପାଖି ୨୦କେଜିରୁ ଅଧିକ ବାସି ଖାଦ୍ୟ ନଷ୍ଟ କରାଯାଇଛି। ଏଥି ସହିତ ଗୋଟିଏ ହୋଟେଲ୍ ବିନା ଲାଇସେନ୍ସରେ ଚାଲୁଥିବା ନେଇ ସିଲ୍ କରାଯାଇଛି। ପୂର୍ବରୁ ବକ୍ସି ବଜାର, ଦୋଳ ମୁଣ୍ଡାଇ, ରାଣୀହାଟ ଆଦି ସ୍ଥାନରେ ଯାଞ୍ଚ୍ କରାଯାଇଥିଲା। ସହରରେ ବିକ୍ରି ହେଉଥିବା ୧୦ରୁ ଅଧିକ ପାଣି ବୋତଲ ବ୍ରାଣ୍ଡର ନମୁନା ସଂଗ୍ରହ କରାଯାଇଛି।

କଟକ ସହରରେ ଥିବା ଫାଷ୍ଟ ଫୁଡ୍ ଦୋକାନ ଉପରେ ନଜର ରଖାଯିବ ସହିତ ସବୁ ସ୍ଥାନରେ ମାଇକ ପ୍ରଚାର କରାଯାଇ ଲୋକଙ୍କୁ ଡାଇରିଆ ସମ୍ପର୍କରେ ସଚେତନ କରାଯାଉଛି। ଏନେଇ କଟକ ମହାନଗର ନିଗମ କମିଶନର ଅନାମ ଚରଣ ପାତ୍ର ସୂଚନା ଦେଉଛନ୍ତି। ଆଜିର ଏହି ଚଢାଉରେ ନଗର ସ୍ବାସ୍ଥ୍ୟ ଅଧିକାରୀ ଡ. ସତ୍ୟବ୍ରତ ମହାପାତ୍ରଙ୍କ ସମେତ ଖାଦ୍ୟ ସୁରକ୍ଷା ଅଧିକାରୀ ରଶ୍ମିତା ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.