ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଗିରଫ ଭୟରେ ବିଷ ପିଇଲେ ଅସଦାଚରଣ କରିଥିବା ଅଭିଯୁକ୍ତ

0

ଯାଜପୁର: ଦିଲ୍ଲୀ ଯୁବତୀଙ୍କୁ ଦଶରଥପୁରରେ ଅସଦାଚରଣ ଅଭିଯୋଗ। ଗିରଫ ଭୟରେ ବିଷ ପିଇଦେଲେ ଯୁବକ। ମାନସିକ ଭାରସାମ୍ୟ ହରାଇ ବିଷ ପିଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ଅଭିଯୁକ୍ତଙ୍କୁ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍ ହେପାଜତରେ ଅନିଲର ଚିକିତ୍ସା ଜାରି ରହିଛି। ସେପଟେ ଅଭିଯୁକ୍ତ ଅନିଲ ଅସଦାଚରଣ ଅଭିଯୋଗକୁ ଖଣ୍ଡନ କରିଛି।

ମିଳିଥିବା ସୂଚନା ଅନୁସାରେ ଦଶରଥପୁର ଥାନା ଅଧୀନ କରଞ୍ଜମାଳ ତରାଙ୍ଗ ସାଗରପୁର ଗାଁର ତପସ୍ୱିନୀ ଦାଶ ତାଙ୍କ ବାପାଙ୍କ ଶ୍ରାଦ୍ଧ ପାଇଁ ଦିଲ୍ଲୀରୁ ଆସିଥିବା ବେଳେ ତାଙ୍କ ବାନ୍ଧବୀ ମଧ୍ୟ ତାଙ୍କ ସହିତ ଦିଲ୍ଲୀରୁ ଆସିଥିଲେ। ରବିବାର ସନ୍ଧ୍ୟାରେ ଯାଜପୁର ବିରଜା ମନ୍ଦିର ଦର୍ଶନ ସାରି ଉଭୟେ ବସ୍‌ ଯୋଗେ ଘରକୁ ଫେରୁଥିବା ବେଳେ ଭଦ୍ରକ ପଡିଆ ସିମେଣ୍ଟ ଗୋଦାମ ନିକଟରେ ଦୁଇଜଣ ଯୁବକ ଅନିଲ ଜେନା ଏବଂ ନୀତେଶ ଜେନା ହଠାତ୍ ତପସ୍ୱିନୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଅଟକାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଟଣାଓଟରା କରିଥିଲେ। ଏଥିସହ ଉଭୟେ ସେମାନଙ୍କ ପୋଷାକ ଟଣାଓଟରା କରିଥିବା ନେଇ ଦଶରଥପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.