ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ଗିରଫ ଭୟରେ ବିଷ ପିଇଲେ ଅସଦାଚରଣ କରିଥିବା ଅଭିଯୁକ୍ତ

0

ଯାଜପୁର: ଦିଲ୍ଲୀ ଯୁବତୀଙ୍କୁ ଦଶରଥପୁରରେ ଅସଦାଚରଣ ଅଭିଯୋଗ। ଗିରଫ ଭୟରେ ବିଷ ପିଇଦେଲେ ଯୁବକ। ମାନସିକ ଭାରସାମ୍ୟ ହରାଇ ବିଷ ପିଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ଅଭିଯୁକ୍ତଙ୍କୁ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍ ହେପାଜତରେ ଅନିଲର ଚିକିତ୍ସା ଜାରି ରହିଛି। ସେପଟେ ଅଭିଯୁକ୍ତ ଅନିଲ ଅସଦାଚରଣ ଅଭିଯୋଗକୁ ଖଣ୍ଡନ କରିଛି।

ମିଳିଥିବା ସୂଚନା ଅନୁସାରେ ଦଶରଥପୁର ଥାନା ଅଧୀନ କରଞ୍ଜମାଳ ତରାଙ୍ଗ ସାଗରପୁର ଗାଁର ତପସ୍ୱିନୀ ଦାଶ ତାଙ୍କ ବାପାଙ୍କ ଶ୍ରାଦ୍ଧ ପାଇଁ ଦିଲ୍ଲୀରୁ ଆସିଥିବା ବେଳେ ତାଙ୍କ ବାନ୍ଧବୀ ମଧ୍ୟ ତାଙ୍କ ସହିତ ଦିଲ୍ଲୀରୁ ଆସିଥିଲେ। ରବିବାର ସନ୍ଧ୍ୟାରେ ଯାଜପୁର ବିରଜା ମନ୍ଦିର ଦର୍ଶନ ସାରି ଉଭୟେ ବସ୍‌ ଯୋଗେ ଘରକୁ ଫେରୁଥିବା ବେଳେ ଭଦ୍ରକ ପଡିଆ ସିମେଣ୍ଟ ଗୋଦାମ ନିକଟରେ ଦୁଇଜଣ ଯୁବକ ଅନିଲ ଜେନା ଏବଂ ନୀତେଶ ଜେନା ହଠାତ୍ ତପସ୍ୱିନୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଅଟକାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଟଣାଓଟରା କରିଥିଲେ। ଏଥିସହ ଉଭୟେ ସେମାନଙ୍କ ପୋଷାକ ଟଣାଓଟରା କରିଥିବା ନେଇ ଦଶରଥପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.