ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ବିଜେପି-ବିଜେଡିକର୍ମୀଙ୍କ ମଧ୍ୟରେ ଢେଲାପଥର ମାଡ଼

0

ଆଠଗଡ଼: ପଞ୍ଚାୟତ ବୈଠକ ପୂର୍ବରୁ ଆଠଗଡ଼ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା। ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଢେଲାପଥର ମାଡ ହୋଇଛି। ଏଥିରେ ଅନେକ ପୋଲିସ୍ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ତିନି ପ୍ଲାଟୁନ ପୋଲିସ ଫୋର୍ସ ସମେତ ଜଣେ ଅତିରିକ୍ତ ଏସପି, ୨ ଡିଏସପି ଓ ୮ରୁ ଉର୍ଦ୍ଧ୍ୱ ଆଇଆଇସି ମୁତୟନ କରାଯାଇଛି।

ସୂଚନାଥାଉକି, ଆଜି ପଞ୍ଚାୟତ ବୈଠକରେ ଆଠଗଡ ବିଧାୟକ ଯୋଗଦେବାର ଥିଲା। ବିଧାୟକ ଯୋଗଦେବା ପୂର୍ବରୁ ଉଭୟ କର୍ମୀ ନାରାବାଜି ଦେବା ସହ ବ୍ଲକ ସମ୍ମୁଖରେ ହୋହଲ୍ଲା କରିଥିଲେ। ପରେ ପଥର ଓ ଅଣ୍ଡାମାଡ ହୋଇଥିଲା। ଉତ୍ତେଜନା ରୋକିବାକୁ ପୋଲିସ୍ ପକ୍ଷରୁ ଲାଠିଚାର୍ଜ କରାଯାଇଛି। ବ୍ଲକ ପରିସରରେ ବିଏନଏସ୍‌ ୧୬୩ ଧାରା ଲାଗୁ କରାଯାଇଛି।

Leave A Reply

Your email address will not be published.