ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ବିଜେପି-ବିଜେଡିକର୍ମୀଙ୍କ ମଧ୍ୟରେ ଢେଲାପଥର ମାଡ଼

0

ଆଠଗଡ଼: ପଞ୍ଚାୟତ ବୈଠକ ପୂର୍ବରୁ ଆଠଗଡ଼ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା। ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଢେଲାପଥର ମାଡ ହୋଇଛି। ଏଥିରେ ଅନେକ ପୋଲିସ୍ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ତିନି ପ୍ଲାଟୁନ ପୋଲିସ ଫୋର୍ସ ସମେତ ଜଣେ ଅତିରିକ୍ତ ଏସପି, ୨ ଡିଏସପି ଓ ୮ରୁ ଉର୍ଦ୍ଧ୍ୱ ଆଇଆଇସି ମୁତୟନ କରାଯାଇଛି।

ସୂଚନାଥାଉକି, ଆଜି ପଞ୍ଚାୟତ ବୈଠକରେ ଆଠଗଡ ବିଧାୟକ ଯୋଗଦେବାର ଥିଲା। ବିଧାୟକ ଯୋଗଦେବା ପୂର୍ବରୁ ଉଭୟ କର୍ମୀ ନାରାବାଜି ଦେବା ସହ ବ୍ଲକ ସମ୍ମୁଖରେ ହୋହଲ୍ଲା କରିଥିଲେ। ପରେ ପଥର ଓ ଅଣ୍ଡାମାଡ ହୋଇଥିଲା। ଉତ୍ତେଜନା ରୋକିବାକୁ ପୋଲିସ୍ ପକ୍ଷରୁ ଲାଠିଚାର୍ଜ କରାଯାଇଛି। ବ୍ଲକ ପରିସରରେ ବିଏନଏସ୍‌ ୧୬୩ ଧାରା ଲାଗୁ କରାଯାଇଛି।

Leave A Reply

Your email address will not be published.