ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

କ୍ଲାସ୍‌ରୁମ୍‌ରେ ଆଇନ ଛାତ୍ରୀଙ୍କୁ ଗଣବଳାତ୍କାର:୩ ଗିରଫ

0

କୋଲକାତା: କୋଲକାତାର ଏକ ଆଇନ କଲେଜରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଏହି ମାମଲାରେ ଟାଉନ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ସୂତ୍ର ଅନୁଯାୟୀ, ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂର୍ବତନ ଛାତ୍ରୀ ଏବଂ ସେହି ପ୍ରତିଷ୍ଠାନର ଦୁଇ ଜଣ କର୍ମଚାରୀ ଅଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି।

ଦକ୍ଷିଣ କୋଲକାତାର କାସବା ଠାରେ ଥିବା ଗୋଟିଏ ଆଇନ ମହାବିଦ୍ୟାଳୟ ଭିତରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ପୀଡିତା ପୋଲିସକୁ କହିଛନ୍ତି, ଅଭିଯୁକ୍ତମାନେ ତାଙ୍କୁ ଜୁନ ୨୫ ରାତି ୭.୩୦ରୁ ରାତି ୧୦:୫୦ ପର୍ଯ୍ୟନ୍ତ ବଳାତ୍କାର କରିଥିଲେ। ସେ ସହାୟତା ମାଗି ଚାଲିଥିଲେ, କିନ୍ତୁ ରାକ୍ଷସମାନେ ତାଙ୍କୁ ଛାଡ଼ି ନ ଥିଲେ। ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କ ଖୋଜାଖୋଜିକୁ ଜୋରଦାର କରିଥିଲା। ଘଟଣା ଜୁନ ୨୫ରେ ଘଟିଥିବା ଅଭିଯୁକ୍ତମାନଙ୍କୁ ଜୁନ ୨୬ ତାରିଖ ସନ୍ଧ୍ୟାରେ ମନଜିତ ଓ ଅହମଦଙ୍କୁ ଗିରଫ କରିଥିଲା। ଅପରାଧ କରିଥିବା ତୃତୀୟ ଅଭିଯୁକ୍ତଙ୍କୁ ଜୁନ ୨୬ ରୁ ୨୭ ତାରିଖ ମଧ୍ୟରେ ରାତି ୧୨:୩୦ ସମୟରେ ପୋଲିସ ଗିରଫ କରିଥିଲା।

ପୁଲିସ୍‌ ପ୍ରାଥମିକ ଭାବେ ୩୧ ବର୍ଷୀୟ ମନଜିତ ମିଶ୍ରା, ୧୯ ବର୍ଷୀୟ ଜୈବ ଅହମଦ ଓ ୨୦ ବର୍ଷୀୟ ପରମିତ ମୁଖାର୍ଜୀଙ୍କୁ ଗିରଫ କରିଛି। ମନଜିତ ମିଶ୍ର ହେଉଛନ୍ତି କଲେଜ ଛାତ୍ର ସଂସଦର ପୂର୍ବତନ ସଭାପତି। ଏମାନଙ୍କୁ କୋଲକାତାର ତଲବାଗନ କ୍ରସିଂ ନିକଟ ସିଦ୍ଧାର୍ଥ ଶଙ୍କର ଶିଶୁ ରୟ ଉଦ୍ୟାନ ନିକଟରୁ ଗିରଫ କରାଯାଇଥିଲା। ଗିରଫ ବେଳେ ପୁଲିସ ଉଭୟଙ୍କ ମୋବାଇଲ ଫୋନ ଜବତ କରିଥିଲା। ଏହାପରେ ଜୁନ ୨୭ ତାରିଖ ମଧ୍ୟାହ୍ନ ୧୨.୩୦ରେ ତୃତୀୟ ଅଭିଯୁକ୍ତ ମୁଖାର୍ଜୀଙ୍କୁ ତାଙ୍କ ଘରକୁ ଗିରଫ କରିବା ସହ ପୁଲିସ୍‌ ତାଙ୍କ ମୋବାଇଲକୁ ମଧ୍ୟ ଜବତ କରିଛି।

ପୁଲିସ ପକ୍ଷରୁ କୁହାଯାଇଛି ଯେ ପୂରା ଘଟଣା କଲେଜ ବିଲଡିଂରେ ହିଁ ଘଟିଛି। ପ୍ରାଥମିକ ଭାବେ ପୁଲିସ୍‌ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିଛି ଓ ଅନେକ ସାକ୍ଷୀଙ୍କ ବୟାନକୁ ରେକର୍ଡ କରିଛି। ଘଟଣା ଘଟିଥିବା ସ୍ଥାନକୁ ପୁଲିସ୍‌ ସିଲ୍‌ କରିଛି ଓ ଫରେନ୍ସିକ ଯାଞ୍ଚର ରିପୋର୍ଟକୁ ଅପେକ୍ଷା କରିଛି। ଗିରଫ ପରେ ସମସ୍ତ ୩ ଅଭିଯୁକ୍ତଙ୍କୁ ଅଲିପୋରା କୋର୍ଟରେ ହାଜର କରାଯାଇଥିଲା। ପୁଲିସ୍‌ ସେମାନଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ ହେଁ କୋର୍ଟ ୫ ଦିନର ଜେରା ପାଇଁ ଅନୁମତି ଦେଇଛନ୍ତି।

Leave A Reply

Your email address will not be published.