ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ଗୁଜରାଟ ହାଇକୋର୍ଟରୁ ଆଶ୍ଵସ୍ତି

0

ଗୁଜୁରାଟ: ଗୁଜରାଟ ହାଇକୋର୍ଟ ଆଶାରାମଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଶୁକ୍ରବାର କୋର୍ଟ ୨୦୧୩ର ଏକ ଦୁଷ୍କର୍ମ ମାମଲାରେ ଆଶାରାମଙ୍କ ଅସ୍ଥାୟୀ ଜାମିନ ଅବଧିକୁ ଜୁଲାଇ ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଆଶାରାମ ଏହି ମାମଲାରେ ଆଜୀବନ ସଜା କାଟୁଛନ୍ତି। ଜଷ୍ଟିସ ଇଲେଶ ଭୋରା ଏବଂ ଜଷ୍ଟିସ ସନ୍ଦୀପ ଭଟ୍ଟଙ୍କ ଏକ ଡିଭିଜନ ବେଞ୍ଚ ଆବେଦନର ଶୁଣାଣି ସମୟରେ ଆଶାରାମଙ୍କ ଅସ୍ଥାୟୀ ଜାମିନକୁ ତିନି ମାସ ପାଇଁ ବୃଦ୍ଧି କରିଥିଲେ। ପୂର୍ବରୁ ମାର୍ଚ୍ଚ ୨୮ରେ ତାଙ୍କୁ ତିନି ମାସ ପାଇଁ ଜାମିନ ଦିଆଯାଇଥିଲା। ସ୍ୱାସ୍ଥ୍ୟଗତ କାରଣରୁ ଆଶାରାମ (୮୬) ଜାମିନରେ ଅଛନ୍ତି।ତାଙ୍କ ଓକିଲ ଆବେଦନରେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିପାରିବେ ବୋଲି ଏହି ଜାମିନ ଅବଧି ବୃଦ୍ଧି କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ୨ ଜୁଲାଇରେ ହେବ। ୨୮ ମାର୍ଚ୍ଚରେ ଗୁଜରାଟ ହାଇକୋର୍ଟ ଦେଇଥିବା ଅସ୍ଥାୟୀ ଜାମିନ ଅବଧି ୩୦ ଜୁନରେ ଶେଷ ହେଉଛି।ଗାନ୍ଧୀନଗରର ଏକ କୋର୍ଟ ୨୦୨୩ ଜାନୁଆରୀରେ ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୩ ମସିହାରେ ରାଜସ୍ଥାନର ତାଙ୍କ ଆଶ୍ରମରେ ଜଣେ ନାବାଳିକାଙ୍କ ସହ ଯୌନ ନିର୍ଯାତନା ମାମଲାରେ ସେ ଫସିଥିଲେ। ସେହିପରି ୨୦୦୧ରୁ ୨୦୦୬ ମଧ୍ୟରେ ସୁରଟର ଜଣେ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ।

Leave A Reply

Your email address will not be published.