ଗୁଜୁରାଟ: ଗୁଜରାଟ ହାଇକୋର୍ଟ ଆଶାରାମଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଶୁକ୍ରବାର କୋର୍ଟ ୨୦୧୩ର ଏକ ଦୁଷ୍କର୍ମ ମାମଲାରେ ଆଶାରାମଙ୍କ ଅସ୍ଥାୟୀ ଜାମିନ ଅବଧିକୁ ଜୁଲାଇ ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଆଶାରାମ ଏହି ମାମଲାରେ ଆଜୀବନ ସଜା କାଟୁଛନ୍ତି। ଜଷ୍ଟିସ ଇଲେଶ ଭୋରା ଏବଂ ଜଷ୍ଟିସ ସନ୍ଦୀପ ଭଟ୍ଟଙ୍କ ଏକ ଡିଭିଜନ ବେଞ୍ଚ ଆବେଦନର ଶୁଣାଣି ସମୟରେ ଆଶାରାମଙ୍କ ଅସ୍ଥାୟୀ ଜାମିନକୁ ତିନି ମାସ ପାଇଁ ବୃଦ୍ଧି କରିଥିଲେ। ପୂର୍ବରୁ ମାର୍ଚ୍ଚ ୨୮ରେ ତାଙ୍କୁ ତିନି ମାସ ପାଇଁ ଜାମିନ ଦିଆଯାଇଥିଲା। ସ୍ୱାସ୍ଥ୍ୟଗତ କାରଣରୁ ଆଶାରାମ (୮୬) ଜାମିନରେ ଅଛନ୍ତି।ତାଙ୍କ ଓକିଲ ଆବେଦନରେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିପାରିବେ ବୋଲି ଏହି ଜାମିନ ଅବଧି ବୃଦ୍ଧି କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ୨ ଜୁଲାଇରେ ହେବ। ୨୮ ମାର୍ଚ୍ଚରେ ଗୁଜରାଟ ହାଇକୋର୍ଟ ଦେଇଥିବା ଅସ୍ଥାୟୀ ଜାମିନ ଅବଧି ୩୦ ଜୁନରେ ଶେଷ ହେଉଛି।ଗାନ୍ଧୀନଗରର ଏକ କୋର୍ଟ ୨୦୨୩ ଜାନୁଆରୀରେ ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୩ ମସିହାରେ ରାଜସ୍ଥାନର ତାଙ୍କ ଆଶ୍ରମରେ ଜଣେ ନାବାଳିକାଙ୍କ ସହ ଯୌନ ନିର୍ଯାତନା ମାମଲାରେ ସେ ଫସିଥିଲେ। ସେହିପରି ୨୦୦୧ରୁ ୨୦୦୬ ମଧ୍ୟରେ ସୁରଟର ଜଣେ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ପ୍ରମୁଖ ଖବର
ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ