ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ସ୍କୁଲ ବସକୁ ଧକ୍କା ଦେଲା ଟ୍ରେନ, ୩ ଛାତ୍ର ମୃତ

0

ତାମିଲନାଡୁ: ତାମିଲନାଡୁର କୁଡ୍ଡାଲୋର ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଫାଟକ ପାର୍‌ ହେଉଥିବା ବେଳେ ଏକ ପାସେଞ୍ଜର ଟ୍ରେନ୍‌କୁ ସ୍କୁଲ ଭ୍ୟାନ୍‌ ଧକ୍କା ଦେଇଛି। ଫଳରେ ଭ୍ୟାନରେ ଥିବା ୩ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଛାତ୍ର ଗୁରୁତର ଥିବା ଜଣାପଡିଛି।
କୁଡ୍ଡାଲୋର ଏବଂ ଆଲପ୍ପାକ୍କମ ମଧ୍ୟରେ ଏକ ଘରୋଇ ସିବିଏସ୍‌ଇ ସ୍କୁଲ ବସ୍‌ ରେଳ ଲେଭଲ କ୍ରସିଂ ଗେଟ ନମ୍ବର ୧୭୦ ପାର୍‌ କରିବାକୁ ଚେଷ୍ଟା କରୁଥିବାବେଳେ ଟ୍ରେନ ନମ୍ବର ୫୬୮୧୩ ଭିଲୁପୁରମ୍‌-ମୟୀଲାଦୁଥୁରାଇ ପାସେଞ୍ଜର ଟ୍ରେନ୍‌ ସହିତ ଧକ୍କା ହୋଇଥିଲା। ଏପରିକି ଟ୍ରେନ୍‌ଟି ସ୍କୁଲ ଭ୍ୟାନକୁ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ରେଳବାଇ ତୁରନ୍ତ ଘଟଣାସ୍ଥଳକୁ ଏକ ଉଦ୍ଧାରକାରୀ ଦଳ ପଠାଇଥିଲା। ଆହତ ଛାତ୍ରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣାରେ ପାଖାପାଖି ୧୦ଜଣ ଛାତ୍ରଙ୍କ ଅବସ୍ଥା ଗମ୍ଭୀର ରହିଥିବା ସୂଚନା ମିଳିଛି। ଏନେଇ ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଦୁର୍ଘଟଣାକୁ ନେଇ ଦୁଖଃ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

Leave A Reply

Your email address will not be published.