ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସ୍କୁଲ ବସକୁ ଧକ୍କା ଦେଲା ଟ୍ରେନ, ୩ ଛାତ୍ର ମୃତ

0

ତାମିଲନାଡୁ: ତାମିଲନାଡୁର କୁଡ୍ଡାଲୋର ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଫାଟକ ପାର୍‌ ହେଉଥିବା ବେଳେ ଏକ ପାସେଞ୍ଜର ଟ୍ରେନ୍‌କୁ ସ୍କୁଲ ଭ୍ୟାନ୍‌ ଧକ୍କା ଦେଇଛି। ଫଳରେ ଭ୍ୟାନରେ ଥିବା ୩ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଛାତ୍ର ଗୁରୁତର ଥିବା ଜଣାପଡିଛି।
କୁଡ୍ଡାଲୋର ଏବଂ ଆଲପ୍ପାକ୍କମ ମଧ୍ୟରେ ଏକ ଘରୋଇ ସିବିଏସ୍‌ଇ ସ୍କୁଲ ବସ୍‌ ରେଳ ଲେଭଲ କ୍ରସିଂ ଗେଟ ନମ୍ବର ୧୭୦ ପାର୍‌ କରିବାକୁ ଚେଷ୍ଟା କରୁଥିବାବେଳେ ଟ୍ରେନ ନମ୍ବର ୫୬୮୧୩ ଭିଲୁପୁରମ୍‌-ମୟୀଲାଦୁଥୁରାଇ ପାସେଞ୍ଜର ଟ୍ରେନ୍‌ ସହିତ ଧକ୍କା ହୋଇଥିଲା। ଏପରିକି ଟ୍ରେନ୍‌ଟି ସ୍କୁଲ ଭ୍ୟାନକୁ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ରେଳବାଇ ତୁରନ୍ତ ଘଟଣାସ୍ଥଳକୁ ଏକ ଉଦ୍ଧାରକାରୀ ଦଳ ପଠାଇଥିଲା। ଆହତ ଛାତ୍ରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣାରେ ପାଖାପାଖି ୧୦ଜଣ ଛାତ୍ରଙ୍କ ଅବସ୍ଥା ଗମ୍ଭୀର ରହିଥିବା ସୂଚନା ମିଳିଛି। ଏନେଇ ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଦୁର୍ଘଟଣାକୁ ନେଇ ଦୁଖଃ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

Leave A Reply

Your email address will not be published.