ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଆଗାମୀ ସୁନାବେଶରେ ଲାଗିବ ନୂଆ ଅଳଙ୍କାର: ଆଇନ ମନ୍ତ୍ରୀ

0

ପୁରୀ: ଆଗାମୀ ଦିନରେ ମହାପ୍ରଭୁଙ୍କ ସୁନାବେଶରେ ଲାଗିବ ନୂଆ ଅଳଙ୍କାର। ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରତ୍ନଭଣ୍ଡାରର କୌଣସି ଅଳଙ୍କାର ଏଥିରେ ବ୍ୟବହାର ହେବନି। ନୂଆ ଅଳଙ୍କାର ନେଇ ସରକାର ବ୍ୟବସ୍ଥା କରିବେ ଏବଂ ଭକ୍ତଙ୍କୁ ସ୍ବର୍ଣ୍ଣ ଦାନ ପାଇଁ ଅନୁରୋଧ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ।

ମନ୍ତ୍ରୀ କହିଛନ୍ତି, କିଛି ଅଳଙ୍କାର ପତଳା ଓ କିଛି ଦବି ଗଲାଣି ବୋଲି ସେବାୟତ ଜଣାଇଛନ୍ତି। ତେବେ ନୂଆ ଅଳଙ୍କାର ଲାଗିବା ନେଇ ଛତିଶା ନିଯୋଗ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁରୋଧ ହୋଇଥିଲା। ମହାପ୍ରଭୁଙ୍କ ଇଚ୍ଛା ଥିଲେ ସବୁ ହୋଇ ପାରିବ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ।
ଅନ୍ୟପଟେ ଆସନ୍ତା ଅଗଷ୍ଟରେ ରତ୍ନ ଗଣତି ମଣତି ନେଇ ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରର ଢାଞ୍ଚାଗତ ସଂରକ୍ଷଣ ସମ୍ପୂର୍ଣ୍ଣ କରି ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛି। ସଂରକ୍ଷଣ କାର୍ଯ୍ୟ ଦ୍ୱାରା ରତ୍ନ ଭଣ୍ଡାର ଆଗାମୀ ୧୦୦ବର୍ଷ ପାଇଁ ସୁରକ୍ଷିତ ରହିବ ବୋଲି ସୁନିଶ୍ଚିତ କରାଯିବ। ଗଣତିମଣତି ସମ୍ବନ୍ଧୀୟ କାର୍ଯ୍ୟ ଅଗଷ୍ଟରେ ଆରମ୍ଭ ହେବାର ସମ୍ଭାବନା ଅଛି। ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ସୋମନାଥ ମନ୍ଦିରରେ ଇନଭେଣ୍ଟରୀରେ ସାମିଲ ଥିବା ଦୁଇଜଣ ବିଶେଷଜ୍ଞଙ୍କୁ ଖୋଜିବା ପାଇଁ ଆରବିଆଇକୁ ଏକ ଚିଠି ମଧ୍ୟ ପଠାଯିବ। ଯେଉଁମାନଙ୍କର ମନ୍ଦିର ଅଳଙ୍କାର ଗଣତିରେ ଅଭିଜ୍ଞତା ଥିବ ଦେବେ। ରତ୍ନ ରଖିବା ପାଇଁ ନୂଆ ସିନ୍ଦୂକ ପ୍ରସ୍ତୁତ କରାଯାଇଛି ବୋଲି ସୂଚନା ଦେଇଛନ୍ତି।

Leave A Reply

Your email address will not be published.