ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଆଗାମୀ ସୁନାବେଶରେ ଲାଗିବ ନୂଆ ଅଳଙ୍କାର: ଆଇନ ମନ୍ତ୍ରୀ

0

ପୁରୀ: ଆଗାମୀ ଦିନରେ ମହାପ୍ରଭୁଙ୍କ ସୁନାବେଶରେ ଲାଗିବ ନୂଆ ଅଳଙ୍କାର। ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରତ୍ନଭଣ୍ଡାରର କୌଣସି ଅଳଙ୍କାର ଏଥିରେ ବ୍ୟବହାର ହେବନି। ନୂଆ ଅଳଙ୍କାର ନେଇ ସରକାର ବ୍ୟବସ୍ଥା କରିବେ ଏବଂ ଭକ୍ତଙ୍କୁ ସ୍ବର୍ଣ୍ଣ ଦାନ ପାଇଁ ଅନୁରୋଧ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ।

ମନ୍ତ୍ରୀ କହିଛନ୍ତି, କିଛି ଅଳଙ୍କାର ପତଳା ଓ କିଛି ଦବି ଗଲାଣି ବୋଲି ସେବାୟତ ଜଣାଇଛନ୍ତି। ତେବେ ନୂଆ ଅଳଙ୍କାର ଲାଗିବା ନେଇ ଛତିଶା ନିଯୋଗ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁରୋଧ ହୋଇଥିଲା। ମହାପ୍ରଭୁଙ୍କ ଇଚ୍ଛା ଥିଲେ ସବୁ ହୋଇ ପାରିବ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ।
ଅନ୍ୟପଟେ ଆସନ୍ତା ଅଗଷ୍ଟରେ ରତ୍ନ ଗଣତି ମଣତି ନେଇ ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରର ଢାଞ୍ଚାଗତ ସଂରକ୍ଷଣ ସମ୍ପୂର୍ଣ୍ଣ କରି ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛି। ସଂରକ୍ଷଣ କାର୍ଯ୍ୟ ଦ୍ୱାରା ରତ୍ନ ଭଣ୍ଡାର ଆଗାମୀ ୧୦୦ବର୍ଷ ପାଇଁ ସୁରକ୍ଷିତ ରହିବ ବୋଲି ସୁନିଶ୍ଚିତ କରାଯିବ। ଗଣତିମଣତି ସମ୍ବନ୍ଧୀୟ କାର୍ଯ୍ୟ ଅଗଷ୍ଟରେ ଆରମ୍ଭ ହେବାର ସମ୍ଭାବନା ଅଛି। ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ସୋମନାଥ ମନ୍ଦିରରେ ଇନଭେଣ୍ଟରୀରେ ସାମିଲ ଥିବା ଦୁଇଜଣ ବିଶେଷଜ୍ଞଙ୍କୁ ଖୋଜିବା ପାଇଁ ଆରବିଆଇକୁ ଏକ ଚିଠି ମଧ୍ୟ ପଠାଯିବ। ଯେଉଁମାନଙ୍କର ମନ୍ଦିର ଅଳଙ୍କାର ଗଣତିରେ ଅଭିଜ୍ଞତା ଥିବ ଦେବେ। ରତ୍ନ ରଖିବା ପାଇଁ ନୂଆ ସିନ୍ଦୂକ ପ୍ରସ୍ତୁତ କରାଯାଇଛି ବୋଲି ସୂଚନା ଦେଇଛନ୍ତି।

Leave A Reply

Your email address will not be published.