ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଭୁବନେଶ୍ୱର ଫେରିଲେ ନବୀନ

0

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ଓଡ଼ିଶା ଫେରିଛନ୍ତି। ମୁମ୍ବାଇର କୋକିଳା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅସ୍ତ୍ରୋପଚାର ହେବା ପରେ ଆଜି ଭୁବନେଶ୍ବର ଫେରିଛନ୍ତି। ନବୀନଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ବିଜେଡି କର୍ମୀଙ୍କ ଭିଡ ଜମିଥିଲା। ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ହଜାର ହଜାର ପ୍ରଶଂସକ ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ । ଓଡ଼ିଶାରେ କ୍ଷମତାରେ ନଥାଇ ମଧ୍ୟ ନବୀନ ସର୍ବଦା ଲୋକଙ୍କ ପାଖରେ ପ୍ରିୟ ନେତା ହୋଇ ରହିଛନ୍ତି।

ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ଅସ୍ତ୍ରୋପଚାର ଲାଗି ନବୀନ ଗତ ୨୦ରୁ ମୁମ୍ବାଇ ଗସ୍ତରେ ଯାଇଥିଲେ। ତାଙ୍କ ତାଙ୍କର ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ ସେ ହସ୍ପିଟାଲରୁ ମଧ୍ୟ ଗତ ସପ୍ତାହରେ ଡିସ୍‌ଚାର୍ଜ ହୋଇଥିଲେ। ଡିସ୍‌ଚାର୍ଜ ହେବା ସମୟରେ ସେ ଡାକ୍ତରମାନଙ୍କ ସହ ଭେଟୁଥିବାର ଏକ ଭିଡିଓ ମଧ୍ୟ ଜାରି କରିଥିଲେ। ଏହାପରେ ସେ ଫିଜିଓଥେରାପି ନେବା ଲାଗି କିଛିଦିନ ପାଇଁ ମୁମ୍ବାଇରେ ରହିବେ ବୋଲି ତାଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ସୂଚନା ମଧ୍ୟ ଦେଇଥିଲେ।

Leave A Reply

Your email address will not be published.