ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ପୃଥ୍ବୀ-୨, ଅଗ୍ନି-୧ ପ୍ରାଇମ ମିଜାଇଲ୍‌ର ପରୀକ୍ଷଣ ସଫଳ

0

ବାଲେଶ୍ବର; ଭାରତକୁ ମିଳିଛି ଦୁଇ ଦୁଇଟି ବଡ଼ ସଫଳତା। ପୃଥ୍ବୀ-୨ ଏବଂ ଅଗ୍ନି-୧ ପ୍ରାଇମ ମିଜାଇଲ୍‌ର ଗୁରୁବାର ସଫଳ ପରୀକ୍ଷଣ କରି ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡରୁ ଗୁରୁବାର ପୃଥ୍ବୀ-୨ ମିଜାଇଲର ସଫଳ ପରୀକ୍ଷଣ କରାଯାଇଛି। ପୃଥ୍ବୀ-୨ ମିଜାଇଲ ୩୫୦ରୁ ୫୦୦ କି.ମି. ଲକ୍ଷ୍ୟଭେଦ କ୍ଷମତା ରଖିଛି। ଏପରିକି ପୃଥ୍ବୀ-୨ ଉଭୟ ଅଣୁ ଏବଂ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି।

ସେହିପରି ଅଗ୍ନି-୧ ପ୍ରାଇମ ମିଜାଇଲ୍‌ର ସଫଳ ପରୀକ୍ଷଣ କରାଯାଇଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୧ ହଜାର କି.ମି. ରହିଛି। ଅଗ୍ନି-୧ ପ୍ରାଇମ ମଧ୍ୟ ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଥିବା ସୂଚନା ମିଳିଛି।

Leave A Reply

Your email address will not be published.