ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ନାବାଳିକାଙ୍କ ଶରୀର ୭୦ପ୍ରତିଶତ ପୋଡିଯାଇଛି

0

ଭୁବନେଶ୍ବର: ପିପିଲି ନିକଟ ବଳଙ୍ଗା ଥାନା ବାୟାବର ଗାଁରେ ଘଟିଥିବା ଅଭାବନୀୟ ଘଟଣାରେ ନାବାଳିକାଙ୍କ ଶରୀର ୭୦ପ୍ରତିଶତ ଜଳି ଯାଇଥିବା ଏମ୍ସ ପକ୍ଷରୁ କୁହାଯାଇଛି। ଭୁବନେଶ୍ବର ଏମ୍ସ ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟ୍ କୁ ସ୍ଥାନାନ୍ତରିତ ହୋଇଛି। ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ନାବାଳିକାଙ୍କ ଚିକିତ୍ସା କରାଯାଉଛି।

ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଗାଁ ପାଖ ନଦୀ ବନ୍ଧକୁ ୩ରୁ ୪ ଜଣ ଯୁବକ ନାବାଳିକାଙ୍କୁ ଉଠାଇ ନେଇଥିଲେ। ସେଠାରୁ ମୁକୁଳିବାକୁ ଚେଷ୍ଟା କରୁଥିବା ବେଳେ ଯୁବତୀଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ଅଭିଯୁକ୍ତ। ଏହି ସମୟରେ କୌଣସି ମତେ ନାବାଳିକା ଜଣଙ୍କ ଖସି ଆସିଥିଲେ। ଗ୍ରାମବାସୀମାନେ ନାବାଳିକାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିବା ପରେ ସେଠାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଛନ୍ତି।
ଅନ୍ୟପଟେ ସ୍ପେଶାଲ୍ ଟିମ୍ ଗଠନ କରାଯାଇ ତଦନ୍ତ ଚାଲିଛି କହିଲେ ପୁରୀ ଏସପି ପିନାକ ମିଶ୍ର। ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ ହୋଇଥିବାରୁ ଗୁରୁତର ସହ ନେଇଛି ପୋଲିସ। ବର୍ତ୍ତମାନ ସୁଦ୍ଧା କାହାରିକୁ ଅଟକ ରଖାଯାଇନି। କିଛି ଲୋକଙ୍କ କେବଳ ପଚରାଉଚରା ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଫୋରେନସିକ୍ ଟିମ୍ ମଧ୍ୟ ଯାଞ୍ଚ ଆରମ୍ଭ କରି ସାରିଛି। ଦହନଶୀଳ ସାମଗ୍ରୀ ବ୍ୟବହାର ହୋଇଛି, ମାତ୍ର ତାହା କଣ ଏଯାଏଁ ସ୍ପଷ୍ଟ ହୋଇନି ବୋଲି କହିଛନ୍ତି ଏସପି।

Leave A Reply

Your email address will not be published.