ପାରାଦୀପ: ଜଗତସିଂହପୁର ଜିଲ୍ଲାର କଟକ-ପାରାଦୀପ ରାଜପଥ ସ୍ଥିତ କୋଠିଆସାହି ଛକରେ ଗୁରୁବାର ଦିନ ଏକ ଟ୍ରକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ନଅ ବର୍ଷର ଝିଅର ମୃତ୍ୟୁ ହୋଇଛି।
ଉଭୟ ଅପରାହ୍ନରେ ପାରାଦୀପର ଏକ ଘରୋଇ ସ୍କୁଲରୁ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।ତେବେ ମୃତ ବ୍ୟକ୍ତି ଜଣକ କୁଜଙ୍ଗ ଥାନା ଅଧୀନସ୍ଥ ସନ୍ଧାପୁର ଅଞ୍ଚଳର ରାଜ କିଶୋର ବିଶ୍ୱାଳ ଏବଂ ତାଙ୍କ ଝିଅ ଲୋରି ବିଶ୍ୱାଳ ବୋଲି ଜଣାପଡ଼ିଛି।
ଏହି ଘଟଣା ପରେ ସେଠାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ ମଧ୍ୟ କରିଥିଲେ। ଦୁର୍ଘଟଣା ପରେ ପୋଲିସ ଟିମ୍ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଚେଷ୍ଟା କରିଥିଲେ।
ପ୍ରମୁଖ ଖବର
୫୦୦ ଟଙ୍କିଆ ନୋଟ୍ ବନ୍ଦ ହେଉ, ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ପ୍ରସ୍ତାବ
ଟାଟା ଇଲେକ୍ଟ୍ରୋନିକ୍ସ କାରଖାନାରେ ଗ୍ୟାସ୍ ଲିକ୍, ୩ ଶ୍ରମିକ ମୃତ
ଲାଞ୍ଚ ନେଇ ଧରାପଡ଼ିଥିବା ମହିଳା ସବ୍ରେଜିଷ୍ଟ୍ରାର ମନୀଷା ମିଶ୍ର ଚାକିରିରୁ ବହିଷ୍କୃତ