ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଘରୋଇ ହସ୍ପିଟାଲରେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ

0

ଭୁବନେଶ୍ବର: ରାଜଧାନୀସ୍ଥିତ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଗତକାଲିର ଏହି ଘଟଣା ହସ୍ପିଟାଲ ପରିସରରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି। ମୃତକଙ୍କ ନାମ ସୋନାଲୀ ରାଉତ, ତାଙ୍କ ଘର ଗଞ୍ଜାମ ଜିଲ୍ଲାରେ ।

ସୂଚନା ଅନୁସାରେ,ଉକ୍ତ ନର୍ସ ଜଣକ ହସ୍ପିଟାଲରେ ଡ୍ୟୁଟି କରୁଥିବା ବେଳେ ତାଙ୍କର ଅନୁପସ୍ଥିତି ସହକର୍ମୀମାନେ ଲକ୍ଷ୍ୟ କରିଥିଲେ। ଖୋଜାଖୋଜି ପରେ ସେ ଷ୍ଟାଫ ବାଥରୁମରେ ଅଚେତ ଅବସ୍ଥାରେ ମିଳିଥିଲେ। ଏହାପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ସଠିକ କାରଣ ଜଣାପଡ଼ିନାହିଁ। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଅଧିକ ତଥ୍ୟ ମିଳିବ ବୋଲି ପୁଲିସ କହିଛି। ଅପମୃତ୍ୟୁ, ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଅନ୍ୟ କୌଣସି ଅପରାଧିକ କାରଣ ଥାଇପାରେ ବୋଲି ପୁଲିସ ଅନୁମାନ କରୁଛି।

ମୃତ ନର୍ସଙ୍କ ମା’ କହିଛନ୍ତି, “ମୋ ଝିଅ ସମ୍ପୂର୍ଣ୍ଣ ସୁସ୍ଥ ଥିଲା। ଗତକାଲି ଦିନ ଗୋଟାଏ ୩୦ରେ ସେ ବାଥରୁମକୁ ଯାଇଥିଲା। ୩ ଟା ୩୦ରେ ହସ୍ପିଟାଲରୁ ଫୋନ ଆସିଲା ଯେ ସେ ଅଚେତ ହୋଇ ପଡ଼ିଛି। ଆମେ ପହଞ୍ଚିବା ବେଳକୁ ତା’ର ମୃତଦେହ ଦେଖିଲୁ।” ପରିବାର ଲୋକେ ଏହାର ତଦନ୍ତ ଦାବି କରିଛନ୍ତି। ପୁଲିସ ହସ୍ପିଟାଲର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ଓ ଷ୍ଟାଫଙ୍କୁ ପଚରାଉଚୁରା କରୁଛି। ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ସମସ୍ତ ଦିଗକୁ ଖୋଲା ରଖି ତଦନ୍ତ ଚାଲିଛି। ଏହି ଘଟଣା ସୋନାଲୀଙ୍କ ସହକର୍ମୀଙ୍କ ମଧ୍ୟରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି।

Leave A Reply

Your email address will not be published.