ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ନୂଆପଡ଼ା: ନୂଆପଡ଼ା ରେଳ ଷ୍ଟେସନ୍‌ ପାଖ ଏକ ଗଛରୁ ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତକ ମହିଳା କନେଷ୍ଟବଳ ଜଣକ ହେଲେ ରୁକ୍ମଣୀ ନାଗ। ମୃତ୍ୟୁ ପୂର୍ବରୁ ଏକ ଭିଡିଓ କରି ଝୁଲି ପଡ଼ିଥିବା ସୂଚନା ରହିଛି। ସେ ନୂଆପଡ଼ା ପୋଲିସରେ କାର୍ଯ୍ୟରତ ଥିଲେ।

ତେବେ ମହିଳା ପୋଲିସ କର୍ମଚାରୀ ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ଭିଡିଓ ବାର୍ତ୍ତା ଜରିଆରେ ତାଙ୍କ ମୃତ୍ୟୁ ପାଇଁ ସ୍ବାମୀ ଚୁଡ଼ାମଣି ଓ ଶାଶୁ ମାଳତି ଦାୟୀ ବୋଲି କହିଛନ୍ତି। ସେମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଏହି ଭିଡ଼ିଓ ବାର୍ତ୍ତାରେ ସେ ନିବେଦନ କରିଛନ୍ତି। ଦୀର୍ଘ ଦିନ ହେବ ତାଙ୍କୁ ସ୍ୱାମୀ ଓ ଶାଶୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି।

ଘଟଣାକୁ ଗୁରୁତର ନେଇ ନୂଆପଡା ଏସପି ତଦନ୍ତ କରିବା ସହ ମୃତ କନେଷ୍ଟବଳଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖା ଯାଇଥିବା ସୂଚନା ମିଳିଛି। ନୂଆପଡ଼ା ପୋଲିସ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ମୁଖ୍ୟଡାକ୍ତରଖାନରେ ଭର୍ତ୍ତି କରାଇଛନ୍ତି।

Leave A Reply

Your email address will not be published.