ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ

0

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରର କଟରାସ୍ଥିତ ବୈଷ୍ଣୋ ଦେବୀ ମନ୍ଦିର ନିକଟରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଘଟି ୩୨ ଜଣଙ୍କର ମୃତ୍ୟୁ ହୋଇ ଯାଇଛି। ଏହା ସହ ଏଥିରେ ୨୦ଜଣ ଆହତ ହୋଇଛନ୍ତି। ବୈଷ୍ଣୋ ଦେବୀ ମନ୍ଦିର ନିକଟ ଅଧକୱାରୀ ଗୁମ୍ଫା ମନ୍ଦିର ନିକଟରେ ଏହି ଭୂସ୍ଖଳନ ହୋଇଛି।

ସୂଚନା ଅନୁସାରେ: ଜାମ୍ମୁ-କାଶ୍ମୀରର ଜାମ୍ମୁ, ଡୋଡା ଓ ରିୟାସି ଇତ୍ୟାଦି ଜିଲାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିଲା। କଟରା ସ୍ଥିତ ମାତା ବୈଷ୍ଣୋଦେବୀଙ୍କ ଇନ୍ଦ୍ରପ୍ରସ୍ଥ ଭୋଜନାଳୟ ନିକଟରେ ଭୂସ୍ଖଳନରେ ୨୫ଟି ବାସଗୃହ ଓ ପୋଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୨ ଜଣଙ୍କର ମୃତ୍ୟୁ ହୋଇଛି ଓ ୨୦ରୁ ଅଧିକ ଆହତ ହୋଇଛନ୍ତି। ଏଥିପାଇଁ ବୈଷ୍ଣୋଦେବୀ ପୀଠରେ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ରାଜ୍ୟର ୧୦ଟି ଜିଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବୁଧବାର ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ନଦୀକୂଳ ଏବଂ ଜଳାଶୟ ନିକଟରୁ ଦୂରେଇ ରହିବାକୁ ଲୋକଙ୍କୁ ସତର୍କ କରାଯାଇଛି। ବର୍ଷା ଯୋଗୁଁ ଉତ୍ତର ରେଳବାଇ ପକ୍ଷରୁ ଜାମ୍ମୁ ଜୋନରେ ୨୨ଟି ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି ଏବଂ ୨୭ଟି ଟ୍ରେନକୁ ସର୍ଟ-ଟର୍ମିନେଟ୍‍ କରାଯାଇଛି। ଏଥିରେ ବୈଷ୍ଣୋଦେବୀ ବେସ୍‍ କ୍ୟାମ୍ପରୁ ଚାଲୁଥିବା ୯ଟି ଟ୍ରେନ ମଧ୍ୟ ସାମିଲ ଅଛି।

ଅନେକ ସ୍ଥାନରେ ଭୂସ୍ଖଳନ ପରେ ମାଟି ଅତଡା ଖସିବା ଏବଂ ପଥର ଖସିବା କାରଣରୁ ଜମ୍ମୁ-କଟରା ରାଜପଥ ବନ୍ଦ ହୋଇଯାଇଛି। ଗତକାଲି ତ୍ରିକୂଟ ପାହାଡରେ ଥିବା ମନ୍ଦିରର ରାସ୍ତା ଏକ ବଡ ଅଂଶ ମାଟି ଅତଡଶରେ ପରିଣତ ହୋଇଥିଲା। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭାରତୀୟ ବାୟୁସେନାର ଏକ C-130 ପରିବହନ ବିମାନ, ରିଲିଫ ଏବଂ ଉଦ୍ଧାର ସାମଗ୍ରୀ ନେଇ ବୁଧବାର ମାତା ବୈଷ୍ଣୋ ଦେବୀ ମନ୍ଦିର ମାର୍ଗରେ ଅର୍ଦ୍ଧକୁମାରୀ ନିକଟରେ ଭୂସ୍ଖଳନରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପହଞ୍ଚିଛି। ସୂତ୍ର ଅନୁସାରେ NDRFର ସାମଗ୍ରୀ ବହନ କରୁଥିବା C130 ପରିବହନ ବିମାନ ଉତ୍ତର ପ୍ରଦେଶର ଗାଜିଆବାଦର ହିଣ୍ଡନ ବାୟୁସେନା ଘାଟିରୁ ବାହାରି ଜମ୍ମୁରେ ପହଞ୍ଚିଛି।

Leave A Reply

Your email address will not be published.