ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ପୁରୁଷୋତ୍ତମ ଏକ୍ସପ୍ରେସ ଟଏଲେଟ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

0

ଭୁବନେଶ୍ବର: ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଲା ଯୁବକଙ୍କ ମୃତଦେହ। ଭୁବନେଶ୍ବର ଷ୍ଟେସନ ନିକଟରେ ଟ୍ରେନ୍ ଶୌଚାଳୟରୁ ମିଳିଲା ମୃତଦେହ।ଶୌଚାଳୟ ସଫେଇ ବେଳେ ମିଳିଲା ମୃତଦେହ। ତେବେ ଏଯାଏଁ ଯୁବକଙ୍କ ପରିଚୟ ମିଳିନି।

ସୂଚନା ଅନୁସାରେ ଭୁବନେଶ୍ବର ଷ୍ଟେସନରୁ ଶବକୁ ଉଦ୍ଧାର କରିଛି ଜିଆରପି ପୋଲିସ। ଟ୍ରେନ୍ ସଫା କରିବା ବେଳେ ସଫେଇ କର୍ମଚାରୀ ଶବ ଦେଖି ରେଲବାଇ ପୋଲିସ ତଥା ଜିଆରପି କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଂଚି ଆରମ୍ଭ କରିଛି ପଞ୍ଚନାମା। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ମୃତ ଯୁବକଙ୍କର ବୟସ ପାଖାପାଖି ୩୦ ବର୍ଷ ହେବା ନେଇ ଅନୁମାନ କରାଯାଉଛି।

Leave A Reply

Your email address will not be published.