ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ରିଲ୍ସ ବନେଇବା ବେଳେ ଜଳପ୍ରପାତରେ ଭାସିଗଲେ ଯୁବକ

0

କେନ୍ଦୁଝର: ରିଲ୍ସ ବନେଇବା ହେଲା କାଳ। କେନ୍ଦୁଝରର ଏକ ଜଳପ୍ରପାତର ପ୍ରବଳ ସ୍ରୋତରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ହୋଇଥିବା ଯୁବକ ଜଣକ କେନ୍ଦୁଝର ଜିଲ୍ଲାର ବଲରାଇ ଗ୍ରାମର ବାସିନ୍ଦା ଲିପୁନ ବେହେରା ବୋଲି ଚିହ୍ନଟ କରାଯାଇଛି।

ଘଟଣାଟି ଜିଲ୍ଲାର ପାଲଲହରା ସବ-ଡିଭିଜନ ଅନ୍ତର୍ଗତ ନାଗିରା ପଞ୍ଚାୟତର ଗର୍ଜନ ଖୋଲ ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ଲିପୁନ ଦୁଇ ବନ୍ଧୁଙ୍କ ସହିତ ଜଳପ୍ରପାତରେ ଗାଧୋଇବା ପାଇଁ ଯାଇଥିଲା ବେଳେ ରିଲ୍ସ ବନାଉଥିଲେ। ଗତ କିଛି ଦିନ ଧରି ବର୍ଷା ଲାଗିରହିଥିବାରୁ ପାଣିର ପ୍ରବାହ ତୀବ୍ର ଥିଲା। ଫଳରେ ସେ ଜଳପ୍ରପାତର ଉପର ଭାଗରେ ରିଲ୍ସ ବନାଉଥିବା ସମୟରେ ଭାରସାମ୍ୟ ହରାଇ ବସିଥିଲେ ଓ ତଳଭାଗରେ ଥିବା ଏକ ଗଭୀର ପୁଷ୍କରିଣୀରେ ପଡ଼ିଯାଇ ନିଖୋଜ ହୋଇଯାଇଥିଲେ।

ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଲିପୁନଙ୍କୁ ଖୋଜାଖୋଜି କରି ନପାଇବାରୁ ସ୍ଥାନୀୟ ଲୋକ ପାଲଲହରା ଏବଂ ବଂସପାଳ ଅଗ୍ନିଶମ ସେବା କର୍ମଚାରୀଙ୍କୁ ଯୋଗାଯୋଗ କରି ସନ୍ଧାନ କରିବା ଆରମ୍ଭ କରିଥିଲେ କିନ୍ତୁ କୌଣସି ଖୋଜ ଖବର ନ ମିଳିବାରୁ ଆଜି ସକାଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁନର୍ବାର ସନ୍ଧାନ ଆରମ୍ଭ ହୋଇଥିଲା। ଅପରପକ୍ଷରେ ଏହି ଜଳପ୍ରପାତ ମାତ୍ର ଦୁଇ ବର୍ଷ ପୂର୍ବେ ଲୋକ ଲୋଚନକୁ ଆସିଥିଲା ଯାହାକି ଜଙ୍ଗଲ ମଧ୍ୟରେ ଅବସ୍ଥିତ ଅଟେ। ଏକ ସପ୍ତାହ ପୂର୍ବରୁ ଏହିପରି ଏକ ଘଟଣା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ମଧ୍ୟ ଘଟିଥିଲା।

Leave A Reply

Your email address will not be published.