ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ରିଲ୍ସ ବନେଇବା ବେଳେ ଜଳପ୍ରପାତରେ ଭାସିଗଲେ ଯୁବକ

0

କେନ୍ଦୁଝର: ରିଲ୍ସ ବନେଇବା ହେଲା କାଳ। କେନ୍ଦୁଝରର ଏକ ଜଳପ୍ରପାତର ପ୍ରବଳ ସ୍ରୋତରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ହୋଇଥିବା ଯୁବକ ଜଣକ କେନ୍ଦୁଝର ଜିଲ୍ଲାର ବଲରାଇ ଗ୍ରାମର ବାସିନ୍ଦା ଲିପୁନ ବେହେରା ବୋଲି ଚିହ୍ନଟ କରାଯାଇଛି।

ଘଟଣାଟି ଜିଲ୍ଲାର ପାଲଲହରା ସବ-ଡିଭିଜନ ଅନ୍ତର୍ଗତ ନାଗିରା ପଞ୍ଚାୟତର ଗର୍ଜନ ଖୋଲ ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ଲିପୁନ ଦୁଇ ବନ୍ଧୁଙ୍କ ସହିତ ଜଳପ୍ରପାତରେ ଗାଧୋଇବା ପାଇଁ ଯାଇଥିଲା ବେଳେ ରିଲ୍ସ ବନାଉଥିଲେ। ଗତ କିଛି ଦିନ ଧରି ବର୍ଷା ଲାଗିରହିଥିବାରୁ ପାଣିର ପ୍ରବାହ ତୀବ୍ର ଥିଲା। ଫଳରେ ସେ ଜଳପ୍ରପାତର ଉପର ଭାଗରେ ରିଲ୍ସ ବନାଉଥିବା ସମୟରେ ଭାରସାମ୍ୟ ହରାଇ ବସିଥିଲେ ଓ ତଳଭାଗରେ ଥିବା ଏକ ଗଭୀର ପୁଷ୍କରିଣୀରେ ପଡ଼ିଯାଇ ନିଖୋଜ ହୋଇଯାଇଥିଲେ।

ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଲିପୁନଙ୍କୁ ଖୋଜାଖୋଜି କରି ନପାଇବାରୁ ସ୍ଥାନୀୟ ଲୋକ ପାଲଲହରା ଏବଂ ବଂସପାଳ ଅଗ୍ନିଶମ ସେବା କର୍ମଚାରୀଙ୍କୁ ଯୋଗାଯୋଗ କରି ସନ୍ଧାନ କରିବା ଆରମ୍ଭ କରିଥିଲେ କିନ୍ତୁ କୌଣସି ଖୋଜ ଖବର ନ ମିଳିବାରୁ ଆଜି ସକାଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁନର୍ବାର ସନ୍ଧାନ ଆରମ୍ଭ ହୋଇଥିଲା। ଅପରପକ୍ଷରେ ଏହି ଜଳପ୍ରପାତ ମାତ୍ର ଦୁଇ ବର୍ଷ ପୂର୍ବେ ଲୋକ ଲୋଚନକୁ ଆସିଥିଲା ଯାହାକି ଜଙ୍ଗଲ ମଧ୍ୟରେ ଅବସ୍ଥିତ ଅଟେ। ଏକ ସପ୍ତାହ ପୂର୍ବରୁ ଏହିପରି ଏକ ଘଟଣା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ମଧ୍ୟ ଘଟିଥିଲା।

Leave A Reply

Your email address will not be published.