ଭୁବନେଶ୍ବର: ଓଡ଼ିଶା ପୋଲିସ ସବ-ଇନସପେକ୍ଟର ନିଯୁକ୍ତି ପରୀକ୍ଷା ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ୪ ଓ ୫ ତାରିଖରେ ଦୁଇଦିନ ଧରି ସବ-ଇନସପେକଟର ନିଯୁକ୍ତି ପରୀକ୍ଷା ବିଭିନ୍ନ ଜିଲ୍ଲାରେ କରାଯିବ। ଓଏମଆର୍ ସିଟ୍ ଜରିଆରେ ଲିଖିତ ପରୀକ୍ଷା ହେବ। ଏସଆଇ ରାଙ୍କ୍ର ସମସ୍ତ ସିପିଏସଇ-୨୦୨୪ ପରୀକ୍ଷା ହେବ। ଏନେଇ ଶନିବାର ଓଡିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ଏହି ଦୁଇ ଦିନ OMR ଆଧାରିତ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବରୁ ଦୁଇଥର ସବ-ଇନସପେକ୍ଟର ନିଯୁକ୍ତି ପରୀକ୍ଷା ବାତିଲ ହୋଇଥିଲା। ବିଜ୍ଞପ୍ତି ଅନୁଯାୟୀ ଆବେଦନ କରିଥିବା ଯୋଗ୍ୟ ପ୍ରାର୍ଥୀ ଆସନ୍ତା ସେପ୍ଟେମ୍ବର ୨୦ ତାରିଖରୁ ସେମାନଙ୍କର ପରୀକ୍ଷା ଆଡମିଟ କାର୍ଡ଼ ଓଡ଼ିଶା ପୋଲିସ ଓ୍ବେବସାଇଟରୁ ଡାଉନଲୋଡ କରିପାରିବେ। ଆଡମିଟ କାର୍ଡ଼ ଡାଉନଲୋଡ଼ କରିବା ପାଇଁ ଓ୍ବେବସାଇଟ ହେଉଛି https://odishapolice.gov.in। ପ୍ରାର୍ଥୀମାନେ ସେମାନଙ୍କ ଲଗଇନ୍ ୟୁଜର ଆଇଡି ଓ ପାସଓ୍ବାର୍ଡ ଦେଇ ଏହି ଓ୍ବେବସାଇଟରୁ ସେମାନଙ୍କର ଆଡମିଟ କାର୍ଡ଼ ଡାଉନଲୋଡ କରିପାରିବେ। ଏହି ନିଯୁକ୍ତି ପରୀକ୍ଷା ପାଇଁ ପୂର୍ବରୁ ୨୦୨୫ ଜାନୁଆରୀ ୧୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରେ ଏହାର ଶୁଦ୍ଧିପତ୍ର ବିଜ୍ଞପ୍ତି ପୁଣି ଥରେ ଗତ ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇଥିଲା।
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ