ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଗ୍ୟାସ ଏଜେନ୍ସି ଉପରେ ଚଢ଼ାଉ

0

୫୩୪ଟି ଅଧିକ ଗ୍ୟାସ ଟାଙ୍କି ଜବତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଲକ୍ଷ୍ମୀ ଏଣ୍ଟରପ୍ରାଇଜେସ ଗ୍ୟାସ ଏଜେନ୍ସି ଉପରେ ଚଢ଼ାଉ କରାଯାଇଛି। ବିଭିନ୍ନ ଅଭିଯୋଗ ଓ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବରକୁ ଭିତ୍ତିକରି ଖୋର୍ଦ୍ଧା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ରଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀ ମାନେ ପ୍ରଥମେ ଆଇଆରସି ଭିଲେଜସ୍ଥିତ ଲକ୍ଷ୍ମୀ ଏଣ୍ଟରପ୍ରାଇଜେସ ଗ୍ୟାସ ଏଜେନ୍ସି କାର୍ଯ୍ୟାଳୟରେ କାଗଜପତ୍ର ଯାଞ୍ଚ କରିଥିଲେ। ଏଥିରେ ତ୍ରୁଟି ପରିଲିକ୍ଷିତ ହେବାରୁ ଏମ୍ସ, ଭୁବନେଶ୍ୱର ପଛ ପାର୍ଶ୍ଵ ସିଜୁଆ ଠାରେ ଥିବା ଏହାର ଡିପୋ ଉପରେ ଅଚାନକ ଚଢ଼ାଉ କରିବା ପରେ ଏଠାରେ ଉଭୟ ଡୋମେଷ୍ଟିକ ଓ କମରସିଆଲ ସିଲିଣ୍ଡର ଅଧିକ ଥିବାର ଜଣାପଡିଥିଲା।

ଏହାର କ୍ଷମତା ଅନୁମତି ୮ ହଜାର କିଲୋଗ୍ରାମ ଥିବାବେଳେ ଅଧିକ ୫ ହଜାର କିଲୋଗ୍ରାମ ଓଜନର ସିଲିଣ୍ଡର ଗ୍ୟାସ ଥିବା ଜଣାପଡିଥିଲା। ଅର୍ଥାତ ଅଧିକ ଥିବା ୫୩୪ଟି ଗ୍ୟାସ ସିଲିଣ୍ଡରକୁ ଜବତ କରାଯାଇଛି। ଏହି ଜବତ ସିଲିଣ୍ଡରକୁ ନିକଟସ୍ଥ ଏଜେନ୍ସିକୁ ଜିମା ଦିଆଯାଇଛି। ଏଥିସହ ସବିଶେଷ ତଦନ୍ତ କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ ବିପିସିଏଲ ଏରିଆ ସେଲସ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଚଢ଼ାଉ ବେଳେ ବିଏମସି ଅତିରିକ୍ତ ଯୋଗାଣ ଅଧିକାରୀ ରୋହିତ କୁମାର ଦାସ, ଯୋଗାଣ ନିରୀକ୍ଷକ ଦିପ୍ତୀରଞ୍ଜନ ଇନ୍ଦ୍ରସିଂ, ଯୋଗାଣ ନିରୀକ୍ଷକ ଯତୀନ କୁମାର ରାଉତ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.