ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅସୁସ୍ଥ

0

କଟକ: ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଓ ସଂଗୀତକାର ଅଭିଜିତ ମଜୁମଦାର ଅସୁସ୍ଥ ହୋଇ କଟକର ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଏହା ସଙ୍ଗୀତ ପ୍ରେମୀଙ୍କୁ ଚିନ୍ତିତ କରିଛି। ଗତ କିଛି ଦିନ ଧରି ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିଲା । ଲିଭର ଜନିତ ସମସ୍ୟାରେ ସେ ପୀଡିତ ଥିଲେ। ଆଜି ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅଭିଜିତ ମଜୁମଦାର, ଯିଏ ଓଲିଉଡ୍ ରେ ‘ମେଲୋଡି କିଙ୍ଗ୍’ ନାମରେ ପରିଚିତ, ସମ୍ଭଲପୁରୀ ସଙ୍ଗୀତ ଜଗତରୁ ଆରମ୍ଭ କରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ସେ ୨୦୦୦ ମସିହାରେ ତାଙ୍କର ପ୍ରଥମ ଫିଲ୍ମ ‘କାସିଆ କପିଳା’ରେ ସଙ୍ଗୀତ ନିର୍ଦ୍ଦେଶନା କରି ପ୍ରବେଶ କରିଥିଲେ। ତାଙ୍କ ପ୍ରସିଦ୍ଧ ଫିଲ୍ମମାନଙ୍କ ମଧ୍ୟରେ ‘ତୋ ବିନା ଭଲ ଲାଗେନା’ (୨୦୦୮), ‘ତୁ ଥାଆ ମୁଁ ଯାଉଛି ରୁଷି’ (୨୦୧୦), ‘ମ୍ୟାଟ୍ରିକ୍ ଫେଲ୍’ (୨୦୧୨), ‘ଲଭ୍ ହେଲା ଏମିତି ରେ’ (୨୦୧୩), ‘ପୁଣି ଦେଖା ହେବ ଆର ଜନ୍ମରେ’ (୨୦୧୪), ‘ଲଭ୍ ଷ୍ଟେସନ୍’ (୨୦୧୬), ‘ସିଷ୍ଟର ଶ୍ରୀଦେବୀ’ (୨୦୧୭) ଏବଂ ‘ସୁନା ପିଲା ଟିକେ ସ୍କ୍ରୁ ଢିଲା’ (୨୦୧୭) ଆଦି ରହିଛି।

Leave A Reply

Your email address will not be published.