ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଶ୍ରୀମନ୍ଦିରରେ ଅନ୍‌ଲାଇନ ପୂଜା ନାଁରେ ଠକେଇ

0

ପୁରୀ: ଅନ୍‌ଲାଇନରେ ଶ୍ରୀମନ୍ଦିରରେ ପୂଜା କରିବା ଆଳରେ ଜଗନ୍ନାଥ ପ୍ରେମୀଙ୍କୁ ଠକା ଯାଉଛି। ‘ପୂଜା ପରିସେବା ଡଟ୍‌ କମ’ ନାମକ ଏକ ଅନଲାଇନ ଆପ୍ଲିକେସନ ମାଧ୍ୟମରେ ଅନ୍‌ଲାଇନରେ ମହାପ୍ରଭୁଙ୍କ ସେବାକରିବା ସହ ମହାପ୍ରଭୁଙ୍କ ପୂଜା ସହ ନିର୍ମାଲ୍ୟ ମିଳିବ ବୋଲି ବିଜ୍ଞାପନରେ ଦର୍ଶାଯାଇଛି।

ଏହି ଆପରେ ୪ ପ୍ରକାର ପୂଜା ହେବାନେଇ ଅନ୍‌ଲାଇନରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଚାରି ପ୍ରକାର ପୂଜା ପାଇଁ ଅଲଗା ଅଲଗା ମୂଲ୍ୟ ରହିଛି। ସ୍ବତନ୍ତ୍ର ଅଭିଷେକ ପୂଜା ପାଇଁ ୭୫୦୦, ତୁଳସୀ ଦାନ ପୂଜା ପାଇଁ ୫୫୦୧, ସାଧାରଣ ଦର୍ଶନ ପୂଜା ପାଇଁ ୨୫୦୦ ଏବଂ ଜଗନ୍ନାଥ, ବଳରାମ, ସୁଭଦ୍ରାଙ୍କ ମିଳିତ ପୂଜା ପାଇଁ ୪୭୫୦ଟଙ୍କା ଦେବାକୁ ପଡ଼ିବ ବୋଲି ୱେବସାଇଟରେ ଉଲ୍ଲେଖ ରହିଛି। ଦେଶ ବାହାର ଭକ୍ତଙ୍କ ପୂଜା ପାଇଁ ଡଲାରରେ ମଧ୍ୟ ଦର ତାଲିକା ପ୍ରକାଶ କରାଯାଇଛି। ଏହି ଘଟଣା ଜଣାପଡ଼ିବା ପରେ ଶ୍ରୀମନ୍ଦିର ସେବାୟତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିରରେ ସଞ୍ଚାର ମାଧ୍ୟମରେ ଏଭଳି କୌଣସି ବ୍ୟବସ୍ଥା ନାହିଁ ବୋଲି ସେମାନେ ସୂଚନା ଦେଇଛନ୍ତି। ଭକ୍ତମାନେ ବାରମ୍ବାର ଅନ୍‌ଲାଇନରେ ଠକେଇ ହେଉଥିବାରୁ ତୁରନ୍ତ ଶ୍ରୀମନ୍ଦିର, ଜିଲା ଓ ପୋଲିସ ପ୍ରଶାସନ ଏଭଳି ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେବାୟତମାନେ ଦାବି କରିଛନ୍ତି।

ଏହି ଘଟଣାକୁ ନେଇ ପୁରୀ ଏସ୍‌ପି ପ୍ରତୀକ ସିଂ ସୂଚନା ଦେଇ କହିଛନ୍ତି, ଅନ୍‌ଲାଇନ ମାଧ୍ୟମରେ ବାରମ୍ବାର ଭକ୍ତଙ୍କୁ ଠକେଇ ହେଉଥିବା ନଜିର ରହିଛି। ପୂଜା ପର୍ବ ସମୟରେ ଏପରି ଆପ୍‌ ମାଧ୍ୟମରେ ମିଛ ଖବର ପ୍ରକାଶ ପାଉଛି। ଦର୍ଶନ କରାଇବା, ପୂଜା ପ୍ରସାଦ ଦେବା ପାଇଁ କୌଣସି ଅନ୍‌ଲାଇନ ସାଇଡ୍‌ ନାହି ବୋଲି କହିଛନ୍ତି। ହୋଟେଲ ବୁକ୍‌ କରିବା ସମୟରେ ମଧ୍ୟ ସମସ୍ତ ତଥ୍ୟକୁ ଅନୁଧାନ କରି ବୁକ୍‌ କରନ୍ତୁ।

ସେହିପରି ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର କହିଛନ୍ତି, ଅନ୍‌ଲାଇନରେ ଠକେଇ ଏବେ ବେଶୀ ଦେଖିବାକୁ ମିଳୁଛି। ତେଣୁ ଏହା ଉପରେ ରୋକ୍‌ ଲଗାଇବା ପାଇଁ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକ ରହିଛି। ଭକ୍ତମାନେ ଏପରି ଠକ ସଂସ୍ଥାକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ଦାସ ମହାପାତ୍ର ମତବ୍ୟକ୍ତ କରି କହିଛନ୍ତି।

Leave A Reply

Your email address will not be published.