ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ସମସ୍ତଙ୍କୁ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ହେବ : ପ୍ରଧାନମନ୍ତ୍ରୀ

0

ନ୍ୟୁଜ୍ ବ୍ୟୁରୋ: ଚାଇନାର ତିଆଞ୍ଜିନ୍‌ରେ ହୋଇଥିବା SCO ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଆତଙ୍କବାଦ ଉପରେ କଡା ପ୍ରତିକ୍ରିୟା ରଖିବା ସହ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଶାନ୍ତି ପ୍ରତିଷ୍ଠା ଦିଗରେ ଆତଙ୍କବାଦ ସବୁଠୁ ବଡ଼ ପ୍ରତିବନ୍ଧକ ବୋଲି କହିଛନ୍ତି ମୋଦି। ସୁରକ୍ଷା, ଶାନ୍ତି ଓ ସ୍ଥିରତା ଯେ କୌଣସି ଦେଶର ବିକାଶ ପାଇଁ ଜରୁରୀ। କିନ୍ତୁ ଆତଙ୍କବାଦ ଏସବୁ ପାଇଁ ସବୁଠୁ ବଡ଼ ପ୍ରତିବନ୍ଧକ। ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣେଇବା ଉଚିତ।

ସେ ଆହୁରି ମଧ୍ୟ କହିଛନ୍ତି, ଦୀର୍ଘ ଦଶନ୍ଧିରୁ ଭାରତ ଆତଙ୍କବାଦର ପୀଡ଼ା ସହିଛି। ନିକଟରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏହାର ଉଦାହରଣ। ତେଣୁ ସମସ୍ତଙ୍କୁ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଗୋଟିଏ ପଟେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ଦୀର୍ଘ ଆଲୋଚନା କରି ପାରସ୍ପରିକ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିଥିବାବେଳେ ଅନ୍ୟପଟେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ବ୍ୟବସାୟ ଏବଂ ସୀମା ସମସ୍ୟା ଉପରେ ଆଲୋଚନା କରିଛନ୍ତି ମୋଦି।

ସାଙ୍ଘାଇ ସହଯୋଗ ସଂଗଠନ ଶେଷ ହେବା ପରେ ପ୍ରକାଶ ପାଇଛି ଘୋଷଣାପତ୍ର। ଏଥିରେ ଭାରତର ‘ଏକ ଆଦର୍ଶ, ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟ’ ଚିନ୍ତଧାରାକୁ ସ୍ଥାନ ମିଳିଛି। ସଦସ୍ୟ ଦେଶମାନେ ଏହାକୁ ଗ୍ରହଣ କରିଛନ୍ତି। ଏହି ଘୋଷଣାପତ୍ରରେ ସଦସ୍ୟ ରାଷ୍ଟ୍ରମାନେ ସମ୍ମାନ, ନ୍ୟାୟ, ସମାନତା ଏବଂ ପାରସ୍ପରିକ ଲାଭଦାୟକ ସହଯୋଗର ଭାବନା ମଧ୍ୟରେ ଏକ ନୂତନ ପ୍ରକାରର ଆନ୍ତର୍ଜାତିକ ସମ୍ପର୍କ ଗଠନରେ ସହଯୋଗ ବୃଦ୍ଧିର ପ୍ରାସଙ୍ଗକତାକୁ ଉପସ୍ଥାପନା କରିଥିଲେ।

ଏହି ମହାସମ୍ମିଳନୀରେ ଏକାଠି ହୋଇଛନ୍ତି ୩ ମହାଶକ୍ତି। ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏକାଠି ହୋଇଛନ୍ତି। ଏହି ୩ ନେତା ପରସ୍ପର ସହ ହାତ ମିଳାଇ ଅଭିନନ୍ଦନ ଜଣାଇଛନ୍ତି।

Leave A Reply

Your email address will not be published.