ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟରେ ହେବ ୩ ଅର୍ଥନୈତିକ ଜୋନ: ଉଷା ପାଢ଼ୀ

0

ଭୁବନେଶ୍ବର;ପରିବହନ ସଚିବ ଉଷା ପାଢ଼ୀ ସୋମବାର ରାଜ୍ୟବାସୀଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ୩ ଅର୍ଥନୈତିକ ଜୋନ୍ ହେବ କହିଲେ ପରିବହନ ସଚିବ ଉଷା ପାଢ଼ୀ। ଭୁବନେଶ୍ବର, ପୁରୀ, କଟକ, ଓ ପାରାଦୀପକୁ ମିଶାଇ ହେବ ଗୋଟିଏ ଜୋନ୍‌। କ୍ବାଡ୍ ସିଟି ପ୍ରୋଗ୍ରାମ ଜରିଆରେ ସରକାର ଏହି ପ୍ଲାନ୍ ରଖିଛନ୍ତି ବୋଲି ସେ କହିଛନ୍ତି।

ସେହିପରି, ସୁନାବେଡ଼ା, କୋରାପୁଟ୍, ବରଗଡ଼, ସମ୍ବଲପୁରକୁ ନେଇ ହେବ ଅନ୍ୟ ଏକ ଜୋନ୍। ଉତ୍ତରରେ ବି ରାଉରକେଲା, କେନ୍ଦୁଝର, ବଡ଼ବିଲକୁ ନେଇ ହେବ ତୃତୀୟ ଜୋନ୍। ରାଜ୍ୟର ଜିଡିପିରେ ପ୍ରମୁଖ ଦାୟିତ୍ବ ନେଇଥିବା ସହରମାନଙ୍କୁ ନେଇ ହେବ ଜୋନ୍। କେବଳ ସହରାଞ୍ଚଳ ନୁହେଁ, ଅର୍ଥନୈତିକ କାରବାର ବୃଦ୍ଧି କରିବା ନେଇ ସରକାର ଲକ୍ଷ୍ୟ ରଖିଥିବା ପରିବହନ ସଚିବ ଉଷା ପାଢ଼ୀ କହିଛନ୍ତି।
ସେହିପରି ଉତ୍ତରରେ ରାଉରକେଲା, କେନ୍ଦୁଝର, ବଡ଼ବିଲକୁ ନେଇ ତୃତୀୟ ଜୋନ ହେବ ବୋଲି ପରିବହନ ସଚିବ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି। ରାଜ୍ୟର ଜିଡିପିରେ ପ୍ରମୁଖ ଦାୟିତ୍ୱ ନେଉଥିବା ସହରମାନଙ୍କୁ ନେଇ ଏହି ଜୋନ କରାଯିବ। କେବଳ ସହରାଞ୍ଚଳ ନୁହେଁ, ଅର୍ଥନୈତିକ କାରବାର ବୃଦ୍ଧି ପାଇଁ ସରକାର ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।

Leave A Reply

Your email address will not be published.