ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ଥାନାରେ ନାବାଳିକା ଫିନାଇଲ୍ ପିଇବା ଘଟଣା

0

ଗୋପାଳପୁର: ଗୋପାଳପୁର ଥାନାରେ ନାବାଳିକା ଫିନାଇଲ ପିଇବା ଘଟଣାରେ ପୁରୁଷ ବନ୍ଧୁ ଗିରଫ। ଗିରଫ କଲା ଗୋପାଳପୁର ପୋଲିସ । ନାବାଳିକାକୁ ଅପହରଣ ଅଭିଯୋଗରେ ପୁରୁଷ ବନ୍ଧୁ ଗିରଫ। ନାବାଳିକାଙ୍କ ବାପା ମାଆଙ୍କ ଅଭିଯୋଗରେ ବାନ୍ଧିଲା ପୋଲିସ। ପୀଡ଼ିତାଙ୍କ ମା ଥାନାରେ ଅଭିଯୋଗ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗିରଫ ପରେ ପୁରୁଷ ବନ୍ଧୁକୁ କୋର୍ଟ ଚାଲାଣ କରାଯାଇଛି।

ଗତକାଲି ସକାଳ ୧୧ଟା ବେଳେ ଜଣେ ନାବାଳିକା ନିଜ ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଆସିଥିଲେ। ଏହାପରେ ଏକ ଲଜରେ ରୁମ ପାଇଁ ନାବାଳିକା ଓ ନିଜର ପୁରୁଷବନ୍ଧୁ ଯାଇଥିଲେ। ବୟସ ୧୮ ବର୍ଷ ହୋଇ ନଥିବରୁ ଲଜ୍ ମାଲିକ ରୁମ୍ ଦେଇନଥିଲେ। ଏହାକୁ ନେଇ ନାବାଳିକା ଓ ପୁରୁଷ ବନ୍ଧୁ ଗୋପାଳପୁର ଥାନାକୁ ଯାଇଥିଲେ। ଉଭୟ ଗୋପାଳପୁର ଥାନାକୁ ଯାଇ ଘଟଣା ସମ୍ପର୍କ କହିଥିଲେ। ଏହାପରେ ପୋଲିସ ନାବାଳିକା ବାପା ଓ ମାଙ୍କୁ ଫୋନ କରି ଡାକିଥିଲେ। ପରିବାର ଲୋକ ଆସିବା ପରେ ନାବାଳିକା ଜଣଙ୍କ ପର୍ସରେ ଆଣିଥିବା ଏକ ଛୋଟିଆ ବୋତଲରୁ କିଛି ପିଇ ଦେଇଥିଲେ। ତାଙ୍କୁ ତୁରନ୍ତ ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସୂଚନା ଅନୁସାରେ ନାବାଳିକା ଜଣକ ଫିନାଇଲ୍ ପିଇଥିଲେ। ଦୁଇଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି ।

Leave A Reply

Your email address will not be published.