ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

0

ନ୍ୟୁଜ୍ ବ୍ୟୁରୋ: ସୁପ୍ରିମକୋର୍ଟ ଶିକ୍ଷକ ନିଯୁକ୍ତି ପାଇଁ ଟିଇଟି (ଟିଚର୍ସ ଇଲିଜିବିଲିଟି ଟେଷ୍ଟ୍‌)କୁ ବାଧ୍ୟତାମୂଳକ କରିଛନ୍ତି। ଏହି ରାୟ ପ୍ରକାଶ ପାଇବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ବିଭାଗ ଏହା ଉପରେ ତର୍ଜମା କରିବ। ଶିକ୍ଷକଙ୍କ ସ୍ୱାର୍ଥ ବି ଦେଖିବାର ଆବଶ୍ୟକତା ରହିଛି । ଏଥିସହ ମନ୍ତ୍ରୀ କହିଛନ୍ତି ଯେ, ସବୁ ଦିଗକୁ ବିଚାର କରିବା ସହ ଶିକ୍ଷକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବ।

ସୁପ୍ରିମକୋର୍ଟ କହିଛନ୍ତି, ଚାକିରିରେ ଥିବା ଶିକ୍ଷକମାନଙ୍କୁ ୨ ବର୍ଷରେ TET ପାସ୍ କରିବାକୁ ପଡ଼ିବ। ଅବସର ୫ ବର୍ଷରୁ ଅଧିକ ଥିଲେ TET ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ। ଯଦି ଶିକ୍ଷକମାନେ ୨ ବର୍ଷ ମଧ୍ୟରେ ଟିଇଟିରେ ଉତ୍ତୀର୍ଣ୍ଣ ହେବେନାହିଁ ତେବେ ସେମାନେ ବାଧ୍ୟତାମୂଳକ ଅବସର ନେବେ। ଏଥିସହ ବର୍ତ୍ତମାନ ଶିକ୍ଷକତା କରୁଥିବା ଶିକ୍ଷକମାନେ ମଧ୍ୟ ପଦୋନ୍ନତି ପାଇବା ପାଇଁ ଟିଇଟି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ। ସଂଖ୍ୟାଲଘୁଙ୍କ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ନିଷ୍ପତ୍ତି ବୃହତ ଖଣ୍ଡପୀଠ ନେବେ।

ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନ୍‌ସିଟିଇ) ୨୦୧୧ ଜୁଲାଇ ୨୯ରେ ଶିକ୍ଷକ ନିଯୁକ୍ତି ପାଇଁ TET ପାସ୍‌କୁ ବାଧ୍ୟତାମୂଳକ କରିଥିଲେ। ତେବେ ସ୍ଥିତିଗତ ବାସ୍ତବତାକୁ ବିଚାରକୁ ନେଇ ଯେଉଁ ଶିକ୍ଷକମାନଙ୍କ ଚାକିରି ସମୟ ୫ ବର୍ଷରୁ କମ୍‌ ବାକି ରହିଛି ଏବଂ ପଦୋନ୍ନତି ଚାହୁଁ ନାହାନ୍ତି, ସେମାନଙ୍କ କ୍ଷେତ୍ରରେ TET ଉତ୍ତୀର୍ଣ୍ଣ ହେବା ଆବଶ୍ୟକ ନାହିଁ ବୋଲି ଜଷ୍ଟିସ୍‌ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ୍‌ ମନମୋହନଙ୍କ ଖଣ୍ଡପୀଠ କହିଛନ୍ତି।

Leave A Reply

Your email address will not be published.