ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ନକ୍ସଲ କମାଣ୍ଡର ଗୁଳି ବିନିମୟ, ୨ ଯବାନ ସହିଦ, ଜଣେ ଗୁରୁତର

0

ପଲମୁ: ପାଲାମୁ ଜିଲ୍ଲାର ମାନତୁ ଥାନା ଅଞ୍ଚଳର କେଦଲ ଜଙ୍ଗଲରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ପାଲାମୁ ପୋଲିସର ଦୁଇ ସାହସୀ ଯବାନ ସୁନୀଲ ରାମ ଏବଂ ସାନ୍ତାନ ମେହେଟା ସହିଦ ହୋଇଛନ୍ତି ଓ ଜିଲ୍ଲା ପୋଲିସ ବାହିନୀର ଜଣେ ଯବାନ ରୋହିତ କୁମାର ଗୁରୁତର ହୋଇଛନ୍ତି। ଗୁରୁତର ଯବାନ ମେଦିନିରାୟ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପାଲାମୁ ଏସପି ରିଷମା ରମେଶନ ଏହି ଗୁଳି ବିନିମୟର ସୂଚନା ଦେଇଛନ୍ତି । ବର୍ତ୍ତମାନ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ସୂଚନାଥାଉକି,ପାଲାମୁ ପୋଲିସ ଟିଏସପିସି କମାଣ୍ଡର ଶଶିକାନ୍ତ ଗଞ୍ଜୁଙ୍କ ବିରୋଧରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । କମାଣ୍ଡର ଶଶିକାନ୍ତ​​ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଛି। ସର୍ଚ୍ଚ ଅପରେସନ ସମୟରେ ପୋଲିସ ମାନତୁ ଥାନା ଅଞ୍ଚଳର କେଦଲ ଗାଁରେ ପହଞ୍ଚିଥିଲା। ସେଠାରେ କମାଣ୍ଡର ଶଶିକାନ୍ତ ଗଞ୍ଜୁର ଘର ମଧ୍ୟ ରହିଛି । ଏହି ସମୟରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏନକାଉଣ୍ଟରରେ ତିନି ଜଣ ପୋଲିସ କର୍ମଚାରୀଙ୍କୁ ଗୁଳି ବାଜିଥିଲା । ଏହା ପରେ ସମସ୍ତଙ୍କୁ ମେଦିନିରାୟ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଅଣାଯାଇଥିଲା। ଯେଉଁଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଜଣେ ଗୁରୁତର କର୍ମଚାରୀଙ୍କ ଚିକିତ୍ସା ହସ୍ପିଟାଲରେ ଚାଲିଛି।

,

Leave A Reply

Your email address will not be published.