ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

0

ଝାଡଖଣ୍ଡ: ଝାଡଖଣ୍ଡରେ ପୁଲିସ- ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର। ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହେବା ପରେ ଏନ୍‌କାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ଝାଡ଼ଖଣ୍ଡ ପାଲାମୁ ଜିଲା ମାନାଟୁ ଥାନା ଅଞ୍ଚଳର ବାନ୍ସି ଗାଁ ଜଙ୍ଗଲରେ ମାଓବାଦୀ ସଂଗଠନର ଶତ୍ରୁପକ୍ଷ ବିବେଚିତ ନକ୍ସଲ ସଂଗଠନ ଟି.ଏସ୍‌.ପି.ସି ନକ୍ସଲ ଥିବା ନେଇ ଗୋଇନ୍ଦା ସୂତ୍ର ସୂଚନା କ୍ରମେ ଚଢାଉ କରାଯାଇଥିଲା। ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଏନ୍‌କାଉଣ୍ଟରରେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ନକ୍ସଲ ମୁଖଦେବ ଯାଦବ ତୁଫାନ ନିହତ ହୋଇଛି। ପୋଲିସ ଘଟଣାସ୍ଥଳରୁ ଗୋଟିଏ ଇନ୍‌ସାସ ରାଇଫଲ ଜବତ କରିଛି ଓ ଅନ୍ୟ ନକ୍ସଲ ଛତ୍ରଭଙ୍ଗ ଦେଇଥିବାରୁ ସର୍ଚ୍ଚ ଅପରେଶନ ଜାରି ରହିଛି।

ପାଲାମୁ ଜିଲାର ମାନାଟୁ ଥାନା ଅଞ୍ଚଳ ବାନ୍ସି ଗାଁ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ନକ୍ସଲଙ୍କ ଉପସ୍ଥିତି ନେଇ ସୂଚନା ପାଇବା ମାତ୍ରେ ଏସପି ରେଶମା ରାମେଶନ, ଅତିରିକ୍ତ ଏସପି ରାକେଶ କୁମାର ସିଂହ ଓ ହୁସେନାବାଦ ଏସଡିପିଓ ଆଇପିଏସ୍‍ ମସମ୍ମଦ ୟାକୁବଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‍ ଅପରେସନକୁ ଜୋରଦାର କରିଥିଲେ। ସୁରକ୍ଷାବାହିନୀ ତାରହାସି ଓ ମାନାଟୁ ଥାନା ଅଞ୍ଚଳ ସୀମାନ୍ତ ଜଙ୍ଗଲରେ ଘେରି ନକ୍ସଲଙ୍କ ଉପରେ ଗୁଳିଚାଳନା କରିଥିଲେ। ଏଥିରେ ଟପ୍‍ ମାଓନେତା ମୁଖଦେବ ଯାଦବର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସାଥିମାନେ ଛତ୍ରଭଙ୍ଗ ଦେଇଥିଲେ।

Leave A Reply

Your email address will not be published.