ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ସମ୍ ହସ୍ପିଟାଲ୍‌ରେ ୫ମ ଥର ପାଇଁ ଅଙ୍ଗଦାନ ପ୍ରକ୍ରିୟା ସମ୍ପନ୍ନ

0

ଭୁବନେଶ୍ୱର, ସେପ୍ଟେମ୍ବର ୨୪: ଅଙ୍ଗଦାନ କରି ଅମର ହେଲେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ବରଦା ଗାଁର ୪୩ ବର୍ଷୀୟ ବବଲୁ ଧଳ। ଗତ ସେପ୍ଟେମ୍ବର ୧୮ ତାରିଖ ଦିନ କଟକ ଟାଙ୍ଗି ନିକଟରେ ସଡ଼କ ଦୁର୍ଘଟଣାର ଆହତ ହୋଇଥିବା ବବଲୁଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହେବା ପରେ ତାଙ୍କର ପରିବାର ୨ଟି ବୃକକ୍ ଓ ଗୋଟିଏ ଯକୃତ ଦାନ କରି ଅନ୍ୟ ତିନି ଜଣଙ୍କ ମୁହଁରେ ହସ ଫୁଟାଇଛନ୍ତି।
ରାସ୍ତା ଦୁର୍ଘଟଣାର ଶିକାର ହୋଇଥିବା ବବଲୁଙ୍କୁ ପ୍ରଥମେ କଟକ ଏସସିବି ମେଡିକାଲ୍ କଲେଜ ହସ୍ପିଟାଲରେ ଏବଂ ପରେ ଭୁବନେଶ୍ୱର ଆଇଏମ୍‌ଏସଆଣ୍ଡ ସମ୍ ହସ୍ପିଟାଲରେ ସେପ୍ଟେମ୍ବର ୨୦ ତାରିଖ ଦିନ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ବବଲୁଙ୍କୁ ଗତ ୨୨ ତାରିଖ ଦିନ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା। ପରେ ବବଲୁଙ୍କ ପରିବାର ତାଙ୍କ ଅଙ୍ଗଦାନ କରିବାର ନିଷ୍ପତି ନେଇଥିଲେ।
ଏ ନେଇ ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ) ଏବଂ ସମ୍ ହସ୍ପିଟାଲ୍‌ର ମିଳିତ ଉଦ୍ୟମରେ ଅଙ୍ଗଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ବବଲୁଙ୍କ ଦୁଇଟି ବୁକକ୍ ମଧ୍ୟରୁ ଗୋଟିଏ କଟକ ଏସ୍‌ସିବି ମେଡିକାଲ କଲେଜ ହସ୍ପିଟାଲ ଏବଂ ଅନ୍ୟଟି ଏମ୍ସକୁ ପଠାଇଯାଇଥିବା ବେଳେ ଯକୃତଟିକୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଗ୍ରୀନ୍ କରିଡର ପ୍ରସ୍ତୁତ କରି ପଠାଯାଇଥିଲା।
ସମ ହସ୍ପିଟାଲ୍‌ରେ ଏହା ୫ମ ଅଙ୍ଗଦାନ ପ୍ରକ୍ରିୟା ବୋଲି ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇଛନ୍ତି।
ସେହିପରି ବୁଧବାର ସମ ହସ୍ପିଟାଲ୍ ପରିସରରେ ବବଲୁଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଏହି ଅବସରରେ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଡିଜିଏମ୍ ଅପରେସନ୍ସ ଶ୍ରୀମତି ପୁଷ୍ପାଞ୍ଜଳୀ ରାଉତ, ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି କାବେରୀ ରାଣୀ ସାହୁ ଓ ତାଙ୍କ ଟିମ୍‌, ଜୁନିୟର ହସ୍ପିଟାଲ୍ ଆଡମିନିଷ୍ଟ୍ରେଟର ଶ୍ରୀ ସାଗର ପାଇକରାୟ ଓ ଶ୍ରୀ ସରୋଜ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.