ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସମ୍ ହସ୍ପିଟାଲ୍ ପକ୍ଷରୁ ୱାକାଥନ ଆୟୋଜିତ

0

ଭୁବନେଶ୍ୱର, ୨୪/୦୯: ସେପ୍ଟେମ୍ବର ୨୫ ତାରିଖ ବିଶ୍ୱ ଫାର୍ମାସିଷ୍ଟ ଦିବସ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ବୁଧବାର ୱାକାଥନ ଆୟୋଜିତ ହୋଇଛି।
ସୁସ୍ଥ ରୁହନ୍ତୁ, ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ ଓ ଔଷଧ ଦୋକାନରୁ ବିନା ପ୍ରେସ୍କିପ୍ସନରେ କିଣନ୍ତୁ ନାହିଁ। ଏହି ବାର୍ତା ନେଇ ବୁଧବାର ସମ୍ ହସ୍ପିଟାଲ ଫାର୍ମାସିଷ୍ଟ ବିଭାଗ ପକ୍ଷରୁ ଏକ ୱାକାଥନ ସମ୍ ହସ୍ପିଟାଲ ନିକଟରେ ଆୟୋଜିତ ହୋଇଯାଇଛି। ହସ୍ପିଟାଲ କର୍ତୃପକ୍ଷ ଓ କର୍ମଚାରୀ ବ୍ଳଡ ବ୍ୟାଙ୍କ ଅଂଚଳରୁ ବାହାରି ହସ୍ପିଟାଲର ନିକଟବର୍ତୀ ଅଂଚଳ ପର୍ଯ୍ୟନ୍ତ ୱାକାଥନ କରି ଏକ ବାର୍ତା ଦେଇଛନ୍ତି।
କେବଳ ସାଧାରଣ ଲୋକ ନୁହଁନ୍ତି ଫାର୍ମାସିଷ୍ଟମାନେ ମଧ୍ୟ ପ୍ରେସକ୍ରିପ୍ସନ ନ ଦେଖି ଔଷଧ ଦେବା ଉଚିତ ନୁହେଁ ବୋଲି ଏହି ୱାକାଥନ୍‌ରେ ବାର୍ତା ପ୍ରଦାନ କରାଯାଇଛି। ଅନେକ ସମୟରେ ମନଇଚ୍ଛା ଔଷଧ ସେବନ କରିବା ଦ୍ୱାରା ଅନେକ ପାଶ୍ୱର୍ ପ୍ରତିକ୍ରିୟାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ୱାକାଥନରେ ସୂଚନା ଦେଇଛନ୍ତି ହସ୍ପିଟାଲ୍‌ର କର୍ତୃପକ୍ଷ।
ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଏବଂ ସୋଆ ଫାର୍ମାସୀ ବିଭାଗର ମୁଖ୍ୟ ଡାକ୍ତର ଜସ୍ମିନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.