ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ପୀତବାସ ପଣ୍ଡା ହତ୍ୟା ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ

0

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ହାତରେ ଆଉ ଜଣେ ଅଭିଯୁକ୍ତ ସୁନୀଲ ହୋତା। ହତ୍ୟାକାଣ୍ଡ ଘଟାଇବା ପରେ ଅନ୍ୟତମ ଅଭିଯୁକ୍ତ ଉମା ବିଷୋୟୀ ଓ ଗୁଳି ଫୁଟାଇଥିବା ଅଭିଯୁକ୍ତ କୁରୁପତି ଭୂୟାଁ ଜୟପୁରରେ ଥିବା ସୁନୀଲଙ୍କ ଫାର୍ମ ହାଉସରେ ୪ ଦିନ ଧରି ରହିଥିଲେ।

ଉଭୟେ ଫେରାର ଥିବା ବେଳେ ଜୟପୁରରୁ ଉଠାଇଥିବା ସୁନୀଲଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିପାରେ। ଗତକାଲି ପୋଲିସ ଏହି ହତ୍ୟା ମାମଲାରେ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନେ ବ୍ରହ୍ମପୁର ମଣ୍ଡଳ କାରାଗାର ର ଭିନ୍ନ ଭିନ୍ନ ୱାର୍ଡ ରେ ରହୁଛନ୍ତି। ସେପଟେ ବିକ୍ରମ ପଣ୍ଡାଙ୍କ ଗିରଫ ପ୍ରତିବାଦରେ ବିଜେଡି ଗଞ୍ଜାମ ଶାଖା ପକ୍ଷରୁ ଆଜି ଅପରାହ୍ନରେ ଶାନ୍ତି ପୂର୍ଣ୍ଣ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହେବ। ସେହିପରି ଦିନ ୧୧ଟାରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯିବ।

ସୂଚନା ଆଧାରରେ, ପୀତବାସଙ୍କୁ ହତ୍ୟା କରିବା ପାଇଁ ୫୦ ଲକ୍ଷ ଟଙ୍କା ଡିଲ୍ ହୋଇଥିଲା। ଏଥିପାଇଁ ସାର୍ପ ସୁଟର ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା। ହତ୍ୟା ପୂର୍ବରୁ ରେକି କରିଥିଲେ ଅଭିଯୁକ୍ତ ପରେ ନୂଆ ପ୍ୟାଣ୍ଟସାର୍ଟ ପିନ୍ଧି ସାମ୍ନାକୁ ଆସିଥିଲେ। ପୀତବାସଙ୍କୁ ନମସ୍କାର ପକାଇ ଗୁଳି କରିଥିଲେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏ ସମସ୍ତ ଅପରାଧୀ ବିକ୍ରମ ପଣ୍ଡାଙ୍କ ସହଯୋଗୀ ବୋଲି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି। ତେବେ ପୀତବାସଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ୩ଥର ଉଦ୍ୟମ କରିଥିଲେ କିନ୍ତୁ ଫେଲ୍ ମାରିଥିଲେ । କିଛିଦିନ ରେକି କରିବା ପରେ ପୀତବାସଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲେ ହତ୍ୟାକାରୀ।

Leave A Reply

Your email address will not be published.