ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଟାଙ୍ଗୀ ଥାନା ଅଧିକାରୀ ନିଲମ୍ବିତ

0

କଟକ: କଟକ ଟାଙ୍ଗୀ ଥାନା ଅଧିକାରୀ ଶିବ ପ୍ରସାଦ ଭଦ୍ର।ଙ୍କୁ ନିଲମ୍ବନ କଲେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ। ଟାଙ୍ଗୀ ଥାନାରେ ଜଣେ ବ୍ୟକ୍ତିଙ୍କୁ ବେଆଇନ୍ ଭାବେ ଅଟକ ରଖିବା ସହ ନିର୍ଯାତନା ଦିଆଯାଇଥିବା ପରିବାର ପକ୍ଷରୁ ସଙ୍ଗୀନ ଅଭିଯୋଗ ହୋଇଥିଲା। ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଖବର ମୁତାବକ, କଟକ ଜିଲ୍ଲା ଟାଙ୍ଗୀ ଥାନା ଶାଳଗାଁ ପଞ୍ଚାୟତ ନାଣ୍ଡୁଆ ଗାଁର କୃପାସିନ୍ଧୁ ପ୍ରଧାନଙ୍କ ନାମରେ ଜମିଜମା ଘଟଣାକୁ ନେଇ ଅଭିଯୋଗ ହୋଇଥିଲା। ଏହାପରେ, ବେଆଇନ ଭାବେ କୃପାସିନ୍ଧୁ ପ୍ରଧାନଙ୍କୁ ପୋଲିସ ତାଙ୍କ ଘରୁ ଉଠାଇ ଆଣି ୨ ଦିନ ଧରି ଥାନାରେ ଅଟକ ରଖିଥିଲା।

ନିର୍ଯାତନାରେ ଗୁରୁତର ହୋଇ ଏସସିବିରେ ଚିକିତ୍ସିତ ହେଉଛନ୍ତି ସଂପୃକ୍ତ ବ୍ୟକ୍ତି। ଏ ନେଇ ପୋଲିସ ଡିଜିଙ୍କୁ ଅଭିଯୋଗ ହେବାପରେ, ଘଟଣାର ତଦନ୍ତ କରି ଥାନା ଆଇଆଇସି ନିଲମ୍ବିତ କରିଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ।

Leave A Reply

Your email address will not be published.