ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

ବାତ୍ୟା ନ ଆସୁଣୁ ମାର୍କେଟରୁ ଆଳୁ, ପିଆଜ ଗାୟବ

0

ଭୁବନେଶ୍ବର: ବାତ୍ୟା ନ ଆସୁଣୁ ବଜାରରୁ ଆଳୁ ପିଆଜ ଗାୟବ ହୋଇଯାଇଥିବା ଦେଖିବାକୁ ମିଳିଛି। ଶନିବାର ସକାଳୁ ନେଇ ବର୍ତ୍ତମାନ ସୁଦ୍ଧା କୋଲକାତାରୁ ଭୁବନେଶ୍ୱରକୁ କୌଣସି ଆଳୁ ଗାଡ଼ି ଆସିନି। ଫଳରେ ଆଳୁର ଅଭାବ ଚିନ୍ତା ସମସ୍ତଙ୍କୁ ଘାରିଛି। ରବିବାର କିଛି ହାଟରେ ଆଳୁ କିଲୋ ପ୍ରତି ୨୫ ଟଙ୍କା ଓ ପିଆଜ ୩୦ ଟଙ୍କାରେ ବିକ୍ରି ହୋଇଛି। ଦିନକପୂର୍ବରୁ ଯେଉଁ ଆଳୁ ୨୦ ଓ ପିଆଜ ୨୫ଟଙ୍କାରେ ମିଳୁଥିଲା ତାହା ହଠାତ୍‌ ୫ଟଙ୍କା ଲେଖାଏଁ ବଢ଼ିଯିବା ତାଜୁବ କରିଛି।

ବାତ୍ୟା ଆଳରେ କଳାବଜାରୀ ହେଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି। ଖବର ପାଇବା ପରେ ବାତ୍ୟା ବେଳେ କଳାବଜାରୀ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ। ହେଲେ କାଲିଠୁ କୋଲକାତାରୁ ଆଳୁଗାଡ଼ି ନଆସିବା ବ୍ୟବସାୟୀ ତଥା ଗୋଦାମମାଲିକଙ୍କ ଚିନ୍ତା ବଢ଼ାଇଦେଇଛି। ଯଦି ଆଗାମୀଦିନରେ ଗାଡ଼ି ନଆସେ ତେବେ ଆଳୁ ଦର ଆହୁରି ବଢ଼ିଯିବାର ଆଶଙ୍କା ଦେଖାଦେଇଛି।

Leave A Reply

Your email address will not be published.