ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଭୟଙ୍କର ହେଉଛି ବାତ୍ୟା ମୋନ୍ଥା

0

ନ୍ୟୁଜ୍ ବ୍ୟୁରୋ: ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ଭୀଷଣ ବାତ୍ୟା ‘ମୋନ୍ଥା’। ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ନିକଟତର ହେଉଛି। ମଛଲିପଟନମ ଠାରୁ ୧୪୦, କାକିନାଡ଼ା ଠାରୁ ୨୪୦ କିମି ଏବଂ ଗୋପାଳପୁର ଠାରୁ ୫୩୦ କିମି ଦୂରରେ ଅଛି। ଆଜି ସନ୍ଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ। ବାତ୍ୟା ପ୍ରଭାବରେ ଅଶାନ୍ତ ସମୁଦ୍ର। ରେଡ ଜୋନରେ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲା। ସୀମାନ୍ତ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେଉଛି। ଆନ୍ଧ୍ର ଉପକୂଳ କାକିନାଡ଼ା ଦେଇ ଅତିକ୍ରମ କରିବ ‘ମୋନ୍ଥା’। ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲାରେ ସର୍ବାଧିକ ୯୦ରୁ ୧୦୦କିମି ବେଗରେ ପବନ ବହିବ। ବାତ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରରେ ବାତ୍ୟା ସମୀକ୍ଷା କରିଛନ୍ତି। ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର।
୨୦୪୮ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ
୩୦୫୫୪ ଜଣଙ୍କୁ ସ୍ଥାନାନ୍ତରଣ ପାଇଁ ଟାର୍ଗେଟ
ବର୍ତ୍ତମାନ ସୁଦ୍ଧା ୧୧୩୯୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି
୨୬୯୩ ଜଣ ଆସନ୍ନ ପ୍ରସବାଙ୍କୁ ସ୍ଥାନାନ୍ତର ପାଇଁ ଚିହ୍ନଟ କରାଯାଇଛି
୧୮୭୧ ଜଣ ଗର୍ଭବତୀ ହୋଇଛନ୍ତି ସ୍ଥାନାନ୍ତର
୮୨୨ ଜଣଙ୍କୁ ସ୍ଥାନାନ୍ତର କରାଯିବ
୩୯ଟି ଓଡ୍ରାଫ, ୧୨୩ଟି ଅଗ୍ନିଶମ, ୫ଟି NDRF ଟିମ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି
ପର୍ଯ୍ୟଟକଙ୍କୁ ଗୋପାଳପୁର, ମହେନ୍ଦଗିରି, ଦେଓମାଳୀ ନ ଯିବା ପାଇଁ ପରାମର୍ଶ
ଆସନ୍ତା ୩୦ ଯାଏଁ ବନ୍ଦ ଅଛି
ଆବଶ୍ୟକ ହେଲେ ଛୁଟି ବଢିବ
ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭିଜ୍ଞ ଡାକ୍ତର ନିୟୋଜିତ ହୋଇଛନ୍ତି
ପମ୍ପ ସେଟ, ଜେନେରେଟ, ରନ୍ଧା ଖାଦ୍ୟ, ଗୋରୁ ଗାଈଙ୍କ ଖାଦ୍ୟ ବ୍ୟବସ୍ଥା କରାଯାଇଛି
ଜିଲ୍ଲାପାଳଙ୍କୁ ଅଧିକ କ୍ଷମତା ଦିଆଯାଇଛି, ଆବଶ୍ୟକତା ଅନୁସାରେ ପଦକ୍ଷେପ ନେବେ ଜିଲ୍ଲାପାଳ

ବାତ୍ୟା ମୋନ୍ଥାର ପ୍ରଭାବ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି। ଅଶାନ୍ତ ହୋଇପଡିଛି ସମୁଦ୍ର। ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ଗାଁ ଠାରୁ ୧୦ ମିଟର ଦୂରରେ ଥିବା ସମୁଦ୍ର ବର୍ତ୍ତମାନ ଗାଁ ମୁହାଁ ହୋଇ ୩ଟି ଘର ଭାଙ୍ଗି ଯାଇଛି।

ଭାରତୀୟ କୋଷ୍ଟ ଗାର୍ଡର ହେଲିକପ୍ଟର ସମୁଦ୍ରକୁ ଯାଞ୍ଚ କରିଛି। ସମୁଦ୍ରରେ ଯଦି କୌଣସି ମାଛ ଧରା ଟ୍ରଲର କିମ୍ବା ବୋଟ ରହିଥିବ ଏସବୁକୁ ଯାଞ୍ଚ କରିଛନ୍ତି କୋଷ୍ଟ ଗାର୍ଡ ହେଲିକପ୍ଟର। ସମୁଦ୍ରରେ ଓଡିଶାର କୌଣସି ନାବିକ ନ ଥିବା ଯାଞ୍ଚ ପରେ ଜଣାପଡିଛି। ପ୍ରାୟ ୪୦ ନାବିକ, ଯେଉଁମାନେ ସମୁଦ୍ରକୁ ଯାଇଥିଲେ, ସେମାନେ ଗୋପାଳପୁରରେ ପହଁଚି ସାରିଛନ୍ତି। ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ରହିବା ଏବଂ ଭୋଜନର ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.