ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି

0

ଭୁବନେଶ୍ବର: ମୋନ୍ଥା କୋପରେ ରାଜ୍ୟରେ ଦୁଇ ଦିନ ଭୀଷଣ ବର୍ଷା। ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବାତ୍ୟା ‘ମୋନ୍ଥା’ର ଅବସ୍ଥିତି ଓ ଏହାର ପ୍ରଭାବ ସଂପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭୀଷଣ ବାତ୍ୟାର ରୂପ ନେଇ ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଗୋପାଳପୁର ଠାରୁ ୫୧୦ କିମି ଦକ୍ଷିଣ ପଶ୍ଚିମରେ ରହିଛି।

ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବା ସହ ଆଜି ରାତି ସୁଦ୍ଧା ଏହା କାକିନାଡା ପାଖାପାଖି ମଛଲିପାଟନମ ଏବଂ କଳିଙ୍ଗପାଟନମ ମଝିରେ ସ୍ଥଳଭାଗ ଅତିକ୍ରମ କରିବ। ବାତ୍ୟା ଅତିକ୍ରମ କରିବା ବେଳେ ଏହା ଭୀଷଣ ବାତ୍ୟାର ରୂପ ନେବ। ଏହି ସମୟରେ ୯୦-୧୦୦ କିମି ବେଗରେ ପବନ ଓ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ହେବ। ବାତ୍ୟା ମୋନ୍ଥାର ପ୍ରଭାବରେ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବାକୁ ଥିବା ବେଳେ ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ରହିବ ସର୍ବାଧିକ ପବନର ପ୍ରଭାବ।

ଆଗାମୀ ୨୪ ଘଣ୍ଟାରେ ସାରା ଓଡ଼ିଶାରେ ବର୍ଷା ସହ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଏହି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଗୋଟେ କିମ୍ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାକୁ ନେଇ ରେଡ ଆଲର୍ଟ ଜାରି କରାଯାଇଛି। ଆଜି ପାଇଁ ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। କାଲି ଅରେଞ୍ଜ ଜୋନରେ ରହିବେ ୬ ଜିଲ୍ଲା। ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ ଓ ଗଞ୍ଜାମ। ଏହି ସବୁ ଜିଲ୍ଲାରେ ଭୀଷଣରୁ ଅତି ଭୀଷଣ ବର୍ଷା ଆଶଙ୍କା ରହିଛି।

Leave A Reply

Your email address will not be published.