ପ୍ରମୁଖ ଖବର

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ରୁ ଅଧିକ ଦୋକାନ ପୋଡି ପାଉଁଶ
ଖଣ୍ଡଗିରି ଡବଲ ମର୍ଡରର ପର୍ଦ୍ଦାଫାଶ: ଦୁଇ ନାବାଳକ ଅଭିଯୁକ୍ତ ଅଟକ
୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା: ୬୫ ବର୍ଷୀୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ
ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍
ଦିଲ୍ଲୀରେ ଇଭିକୁ ବଡ଼ ପ୍ରୋତ୍ସାହନ, ୨୦୨୮ରୁ ବନ୍ଦ ହେବ ପେଟ୍ରୋଲ ଦୁଇଚକିଆ ପଞ୍ଜୀକରଣ

ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0

ଅମ୍ବାଲା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ବାୟୁସେନାର ରାଫାଲ ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ରଚିଛନ୍ତି। ଆଜି ଅମ୍ବାଲା ଏୟାରବେସରେ ଭାରତର ସବୁଠୁ ଶକ୍ତିଶାଳୀ ଯୁଦ୍ଧ ବିମାନ ରାଫେଲ୍ ଉଡ଼ାଇଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ଏହି ବିମାନ ଉଡାଇ ଭାରତୀୟ ବାୟୁସେନା ଏବଂ ସମଗ୍ର ଦେଶକୁ ଗର୍ବରେ ଭରି ଦେଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ। ତେଣୁ ସେ ତିନି ସଶସ୍ତ୍ର ବାହିନୀର କମାଣ୍ଡର ମଧ୍ୟ। ଏହି ସମୟରେ ଉପସ୍ଥିତ ରହିଥିଲେ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ।

ଏହା ଉଲ୍ଲେଖନୀୟ ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବରୁ ଏକ ସୁଖୋଇ-୩ MKI ଯୁଦ୍ଧ ବିମାନ ଉଡ଼ାଇଛନ୍ତି। ଏହି ଉଡ଼ାଣ ୮ ଏପ୍ରିଲ, ୨୦୨୩ରେ ଆସାମର ତେଜପୁର ବାୟୁସେନା ଷ୍ଟେଶନରୁ ହୋଇଥିଲା। ରାଫାଲ ଉଡ଼ାଣ ପୂର୍ବରୁ ଅମ୍ବାଲା ବାୟୁସେନା ଷ୍ଟେଶନରେ ପହଞ୍ଚିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ ସିଂହ ସ୍ବାଗତ କରିଥିଲେ। ବାୟୁସେନା କର୍ମଚାରୀମାନେ ତାଙ୍କୁ ଗାର୍ଡ ଅଫ ଅନର ମଧ୍ୟ ପ୍ରଦାନ କରିଥିଲେ। ରାଷ୍ଟ୍ରପତି ଯେଉଁ ରାଫେଲରେ ଉଡାଣ ଭରିଛନ୍ତି ତାହା ଅପରେସନ ସିନ୍ଦୂର ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ୧୭ତମ ରାଫେଲ ସ୍କ୍ୱାଡ୍ରନ୍‌ ପାକିସ୍ତାନୀ ଆତଙ୍କବାଦୀ ଶିବରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଥିଲା ।

Leave A Reply

Your email address will not be published.