ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଘାଟିରେ ଜଳିଗଲା ବସ୍‌: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

0

ଆନ୍ଧ୍ରପ୍ରଦେଶ: ସାଲୁର ଘାଟିରେ ଅଘଟଣ। ଜଳିଗଲା ଓଏସଆରଟିସି ବସ୍‌, ବଡ ବିପଦରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରୁ ଓଡ଼ିଶାର ଜୟପୁର ଆସୁଥିବା ଏକ ଓଡ଼ିଶା ରାଜ୍ୟ ପରିବହନ ନିଗମ ଓଏସଆରଟିସି ବସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଇଞ୍ଜିନ ପାଖରେ ସର୍ଟସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି । ଯାତ୍ରୀଙ୍କ ଉପସ୍ଥିତ ବୃଦ୍ଧି ଯୋଗୁ ସମସ୍ତେ ସୁରକ୍ଷିତ ରହିଛନ୍ତି। କେବେ କିଛି ଯାତ୍ରୀଙ୍କ ଆସବାପତ୍ର ଜଳି ନଷ୍ଟ ହୋଇଛି। ବସରେ ୫ ଜଣ ଯାତ୍ରୀ ରହିଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି।

ଆଜି (ଗୁରୁବାର) ଭୋର ସମୟରେ ବିଶାଖାପାଟଣାରୁ ଜୟପୁର ଆସୁଥିବା ଏକ ଓଏସଆରଟିସି ଯାତ୍ରୀବାହୀ ବସରେ ଆନ୍ଧ୍ର ସାଲୁର ଘାଟି ନିକଟରେ ହଠାତ୍ ନିଆଁ ଲାଗିଯାଇଥିଲା। ବସ୍‌ଟି ସାଲୁର ଘାଟି ଅତିକ୍ରମ କରୁଥିବା ବେଳେ, ନିଆଁ ଲାଗି ତତକ୍ଷଣାତ ହୁତୁହୁତୁ ହୋଇ ଜଳିଥିଲା । ଏହି ଘଟଣା ପରେ ୨୬ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଅଗ୍ନିକାଣ୍ଡ ସମୟରେ ବସରେ ୫ଜଣ ଯାତ୍ରୀ ବସିଥିବା ଜଣାପଡ଼ିଛି। ବସରେ ନିଆଁ ଲାଗିଯିବା ପରେ, ଯାତ୍ରୀମାନଙ୍କୁ ଓହ୍ଲାଇ ପଡ଼ିବାକୁ ଡ୍ରାଇଭର କହିଥିଲେ। ସବୁ ଯାତ୍ରୀ ସୁରକ୍ଷିତ ଭାବେ ଗାଡ଼ିରୁ ଓହ୍ଲାଇଥିଲେ। ଘଟଣା ସ୍ଥଳରେ ସାଲୁରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

Leave A Reply

Your email address will not be published.