ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆପଡା ପାଇଁ ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା କଂଗ୍ରେସ

0

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପ୍ରଚାର ଆଉ ମାତ୍ର ୪ ଦିନ। ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଇସ୍ତାହାର ପ୍ରକାଶ ପାଇଛି। ନିର୍ବାଚନୀ ଇସ୍ତାହାରରେ ନୂଆପଡାର ବିକାଶକୁ ଗୁରୁତ୍ୱ ଦିଆଯାଇଛି। ଇସ୍ତାହାର ଉନ୍ମୋଚନ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ନୂଆପଡା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉପନିର୍ବାଚନ ପାଇଁ ସ୍ଥାନୀୟ ଖୁଣ୍ଟିଆ ଭବନ ଠାରେ ଇସ୍ତାହାର ଉନ୍ମୋଚନ ହୋଇଛି।

ନୂଆପଡ଼ା ଜିଲ୍ଲାର ବିକାଶ ତଥା ବର୍ଷ ବର୍ଷ ଧରି ପ୍ରତାରିତ ହେଉଥିବା ଜିଲ୍ଲା ବାସୀଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସର ସବିଶେଷ ଘୋଷଣାପତ୍ରର ଉନ୍ମୋଚନ କରିଛନ୍ତି।
ଇସ୍ତାହାରରେ କୃଷିର ଉନ୍ନତିକରଣ, ଦାଦନ ରୋକିବା ସହ ରୋଜଗାର ଦେବାକୁ କଂଗ୍ରେସ କହିଛି। ସେହିପରି ଶୀତଳ ଭଣ୍ଡାର ନିର୍ମାଣ, ପତୋରା ଓ ତିଖାଳି ଡ୍ୟାମ ସହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୬୦ ପ୍ରତିଶତ ଜମିରେ ଜଳସେଚନ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି। ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରୀ କରି ଆଦିବାସୀଙ୍କୁ ଅଧିକାର ସହ ଜମି ପଟ୍ଟା ପ୍ରଦାନ, ବିଦ୍ୟାଳୟରେ ଶିକ୍ଷକ ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଡାକ୍ତର ପଦବୀ ପୂରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରିବା ନେଇ କଂଗ୍ରେସ ପ୍ରତିଶ୍ରୁତି ଦେଇଛି।

ସୂଚନାଥାଉକି,ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଉପନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ। ବିଜେଡିର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି।

Leave A Reply

Your email address will not be published.