ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଆରଆଇ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ

0

ଭୁବନେଶ୍ବର: ଆଜି ରାଜ୍ୟରେ ରାଜସ୍ୱ ନିରୀକ୍ଷକ ଓ ଅମିନ ପରୀକ୍ଷା ଅନୁଷ୍ଠିତ ହେଉଛି। ହେଲେ ଆରମ୍ଭରୁ ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ ଦେଖାଦେଇଛି। ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ହେବା ଦ୍ୱାରା ପରୀକ୍ଷାର୍ଥୀମାନେ ବିଳମ୍ବରେ କେନ୍ଦ୍ର ଭିତରକୁ ଯାଇଛନ୍ତି।

ଆଜି ଆରଆଇ ଓ ଅମିନ ପାଇଁ ଅନଲାଇନ୍ ପରୀକ୍ଷା ଥିଲା। ସକାଳ ୮ଟାରେ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ପରୀକ୍ଷାର୍ଥୀମାନେ ୭ ଟା ୩୦ରେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବାର ଥିଲା। କିନ୍ତୁ ସର୍ଭର ଡାଉନ୍ ହେବା ଦ୍ୱାରା ପରୀକ୍ଷାର୍ଥୀମାନେ ପ୍ରାୟ ଏକ ଘଣ୍ଟା ବିଳମ୍ବରେ କେନ୍ଦ୍ର ଭିତରକୁ ଯାଇଥିଲେ।

ସୂଚନା ଅନୁଯାୟୀ, ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର, ପଟିଆ, ନୟାପଲ୍ଲୀ, ପୁରୀର କାକଟପୁର, ବ୍ରହ୍ମପୁର ଆଦି ସ୍ଥାନରେ ହୋଇଥିବା କେନ୍ଦ୍ରରେ ଏଭଳି ସମସ୍ୟା ଦେଖାଯାଇଛି। ଯାହାକୁ ନେଇ ପରୀକ୍ଷାର୍ଥୀ ଏବଂ ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବରୁ ମଧ୍ୟ ଆରଆଇ, ଅମିନ ପରୀକ୍ଷାରେ ବ୍ୟାପକ ବିଭ୍ରାଟ ହୋଇଥିଲା।

Leave A Reply

Your email address will not be published.