ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଜଣେ ମୃତ ଓ ୫ଗୁରୁତର

0

ସମ୍ବଲପୁର: ଶନିବାର ଦିନ ସମ୍ବଲପୁର ଜିଲ୍ଲାର ରେଢାଖୋଲ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ବାଲି ବୋଝେଇ ଟ୍ରକୁ ଧକ୍କା ଦେଲା ଆମ୍ବୁଲାନ୍ସ। ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ କର୍ମଚାରୀ ଆଟେଡାଣ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି।
ପ୍ରାଥମିକ ସୂଚନା ଅନୁଯାୟୀ,ସମ୍ବଲପୁର – କଟକ ୫୫ନଂ ଜାତୀୟ ରାଜପଥ ଯୁଜୁମୁରା ଥାନା ଫୁଲଝରଣ ନିକଟରେ ସକାଳେ ଦୁର୍ଘଟଣା ଘଟିଛି। ମୃତକଙ୍କ ନାମ ଆମ୍ବୁଲାନ୍ସ କର୍ମଚାରୀ ମାନଭଞ୍ଜନ ସାହୁ ବୋଲି ଚିହ୍ନଟ କରାଯାଇଛି। ବୌଦ୍ଧରୁ ମେଡିକାଲରୁ ରୋଗୀ ନେଇ ବୁର୍ଲା ଯିବା ବାଟରେ ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସରେ ଚାପି ହୋଇଥିବା ମ୍ରୁତ ଦେହ ଉଦ୍ଧାର କଲେ ଅଗ୍ନିଶମ ବାହିନୀ।

ସୂଚନା ଅନୁଯାୟୀ ଆମ୍ବୁଲାନ୍ସଟି ବୌଦ୍ଧରୁ ଜଣେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ବୁର୍ଲାର ଭିମ୍ସାର ଅଭିମୁଖେ ନେଉଥିଲା, ଏହି ସମୟରେ ହାଇୱେରେ ଏକ ବାଲି ବୋଝେଇ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଆମ୍ବୁଲାନ୍ସ କର୍ମଚାରୀଙ୍କ ଘଟଣାସ୍ଥଳେ ମୃତ୍ୟୁ ହୋଇଥିବା ବେଳେ, ଗାଡ଼ିରେ ଥିବା ଅନ୍ୟ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କ ସହିତ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ।

Leave A Reply

Your email address will not be published.