ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ମହାପ୍ରଭୁଙ୍କ ଅଧୀନକୁ ଆସିବ ଏମାର ମଠର ରୁପା ଇଟା

0

ପୁରୀ: ଏମାର ମଠରୁ ବାହାରି ଥିବା ରୂପା ଇଟାକୁ କେଉଁଠି ରଖାହେବ ସେନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ରୁପା ଇଟା ଏମାର ମଠର ସମ୍ପତ୍ତି। ସିଦ୍ଧ ମଠର ଜଜମେଣ୍ଟ ଅନୁଯାଇ ମଠର ସମ୍ପତ୍ତି ଜଗନ୍ନାଥଙ୍କର। ସେହି ଦୃଷ୍ଟିକୋଣରୁ ଏମାର ମଠର ସମସ୍ତ ସ୍ବାଧିକାର ସତ୍ତ୍ୱ ଶ୍ରୀ ଜଗନ୍ନାଥଙ୍କର ହେବା କଥା। ସେ ବାବଦରେ ଆଇନଗତ ପ୍ରକ୍ରିୟା ରହିଛି, ତାକୁ ଦୂର କରିବା ପାଇଁ ପଦକ୍ଷେପ ନିଆଯି। ଆମେ ଚାହୁଁଛୁ ଏବଂ ସମସ୍ତଙ୍କର ଇଚ୍ଛା ରହିଛି ରୁପା ଇଟାକୁ ରତ୍ନଭଣ୍ଡାରକୁ ଅଣାଯାଉ।

ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଥିଲେ, ଏମାର ମଠରୁ ଉଦ୍ଧାର ହୋଇଥିବା ରୁପା ଇଟା ମାମଲା ହାଇକୋର୍ଟରେ ଅଛି। ସେହିପରି ପୋଲିସ ବାରାକରେ ଥିବା ଏମାର ମଠରୁ ଉଦ୍ଧାର ରୁପା ଇଟା କିଭଳି ମହାପ୍ରଭୁଙ୍କ ଅଧୀନକୁ ଆସିବ ସେ ନେଇ ଆଲୋଚନା ଚାଲିଛି। ନିୟମ ଅନୁସାରେ ରୁପା ଇଟା ଅଣାଯିବା ପାଇଁ ପ୍ରକ୍ରିୟା କରିବ ଶ୍ରୀମନ୍ଦିର ପ୍ରଶାସନ।

ଅନ୍ୟପଟେ, ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନଅଳଙ୍କାର ଗଣତିମଣତି ନେଇ ଖୁବଶୀଘ୍ର ଏସଓପି ଆସିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ। ସେ କହିଛନ୍ତି, ମାର୍ଗଦର୍ଶିକା ଆସିବା ପରେ ରତ୍ନଅଳଙ୍କାର ଗଣତିମଣତି ତାରିଖ ଧାର୍ଯ୍ୟ ହେବ। ସବୁ ଅଳଙ୍କାରର ଡିଜିଟାଲାଇଜେସନ୍ ପାଇଁ ଯୋଜନା କରାଯାଇଛି। ଏଥି ସହିତ ୧୯୭୮ର ଗଣତି ସହ ଅଳଙ୍କରକୁ ମେଳ କରାଯିବ।

Leave A Reply

Your email address will not be published.