ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ

0

କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ଏଆରଆଇ। ଲାଞ୍ଚ ନେଇ ଧରାପଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଈର ସହକାରୀ ରାଜସ୍ୱ ନୀରିକ୍ଷକ ଅଭିମନ୍ୟୁ ବେହେରା। ୧୨ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଛି ଭିଜିଲାନ୍ସ ଟିମ୍‌। ଅଫିସ ସମେତ ବିଭିନ୍ନ ସ୍ଥାନରେ ଚାଲିଛି ରେଡ।
ଜମିର କିସମ ପରିବର୍ତ୍ତନ ପାଇଁ ଜମି ମାଲିକଙ୍କ ଠାରୁ ନେଉଥିଲେ ୧୨ ହଜାର ଟଙ୍କା। କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା ଭିଜିଲାନ୍ସ। ଏହି ସମୟରେ ଭିଜିଲାନ୍ସ ଟିମ୍ ତାଙ୍କ ଠାରୁ ଟଙ୍କା ଜବତ କରିଛି। ଅଭିମନ୍ୟୁ ବେହେରାଙ୍କ ପୈତୃକ ଘର ଆଳି, ବାସଭବନ ଗରାପୁର ଓ ଅଫିସ୍‌ ଏକକାଳୀନ ଭିଜିଲାନ୍ସ ରେଡ୍ ଚାଲିଛି।

ସୂଚନା ଅନୁସାରେ ଜମି ମାଲିକଙ୍କୁ ପ୍ରଥମେ ଏଆରଆଇ ୧୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। କିନ୍ତୁ ଏତେ ଟଙ୍କା ଦେବାକୁ ଅସମର୍ଥ ଥିଲେ ଜମି ମାଲିକ। ତେଣୁ ଏଆରଆଇ ବେହେରା ଲାଞ୍ଚ ପରିମାଣକୁ ହ୍ରାସ କରି ୧୨,୦୦୦ ଟଙ୍କା କଲେ। ଶେଷରେ ଜମି ମାଲିକ ଅନ୍ୟ କୌଣସି ଉପାୟ ନପାଇ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏହା ପରେ, ଓଡ଼ିଶା ଭିଜିଲାନ୍ସର ଟିମ ଆଜି ଅଭିମନ୍ୟୁ ବେହେରାଙ୍କ କାର୍ଯ୍ୟାଳୟରେ ଜମି ମାଲିକଙ୍କଠାରୁ ୧୨,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ରେଡ ହ୍ୟାଣ୍ଡରେ ଧରିଥିଲା। ଅଭିଯୁକ୍ତଙ୍କ କବଜାରୁ ସମସ୍ତ ଲାଞ୍ଚ ୧୨,୦୦୦ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଅଭିଯୁକ୍ତ ଏଆରଆଇଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.