ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଓଟିଇଟି ୨୦୨୫ ପାଇଁ ବଢିଲା ଫର୍ମ ପୂରଣ ଅବଧି

0

ଭୁବନେଶ୍ବର; ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୫ ପାଇଁ ଫର୍ମ ପୂରଣ କରିବାର ଶେଷ ତାରିଖ ଦୁଇ ଦିନ ବୃଦ୍ଧି କରାଯାଇଥିବା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ପକ୍ଷରୁ ଜଣାପଡ଼ିଛି।

ସାରା ରାଜ୍ୟର ପ୍ରାର୍ଥୀ ମାନେ ଆବେଦନ ପ୍ରକ୍ରିୟା ସମାପ୍ତ କରିବା ପାଇଁ ଅଧିକ ସମୟ ମାଗିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଓଟିଇଟି-୨୦୨୫ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହି ତାରିଖ ନଭେମ୍ବର ୨୫ ମଧ୍ୟରାତ୍ରି ପର୍ଯ୍ୟନ୍ତ ଥିଲା। ପ୍ରାର୍ଥୀ ମାନେ ଫର୍ମଗୁଡ଼ିକ ସରକାରୀ ୱେବସାଇଟ୍ – www.bseodisha.ac.in ମାଧ୍ୟମରେ ଭରି କରିପାରିବେ।
ତେବେ ଚଳିତ ବର୍ଷ ଓଟିଇଟି-୨୦୨୫ ପରୀକ୍ଷା ଡିସେମ୍ବର ୧୭ ତାରିଖରେ ହେବାକୁ ଯାଉଛି ଓ ଏହି ପରୀକ୍ଷା ଦୁଇଟି ଅଧିବେଶନରେ ଅନୁଷ୍ଠିତ ହେବ। ପ୍ରଥମ ପେପର୍ ସକାଳ ୯ଟାରୁ ୧୧.୩୦ ଏବଂ ଦ୍ଵିତୀୟ ପେପର୍ ଅପରାହ୍ନ ୨ଟାରୁ ୪.୩୦ ସମୟ ପର୍ଯ୍ୟନ୍ତ ହେବା ନେଇ ସୂଚନା ମିଳିଛି। ତେବେ ପରୀକ୍ଷା ବିଷୟରେ ବିସ୍ତୃତ ସୂଚନା – ଯୋଗ୍ୟତା ମାନଦଣ୍ଡ, ପାଠ୍ୟକ୍ରମ ଏବଂ ନିର୍ଦ୍ଦେଶାବଳୀ ସମସ୍ତ ବିବରଣୀ – BSE ଓଡ଼ିଶା ୱେବସାଇଟରେ ଉପଲବ୍ଧ ରହିଛି।

Leave A Reply

Your email address will not be published.