ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ଓଟିଇଟି ୨୦୨୫ ପାଇଁ ବଢିଲା ଫର୍ମ ପୂରଣ ଅବଧି

0

ଭୁବନେଶ୍ବର; ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୫ ପାଇଁ ଫର୍ମ ପୂରଣ କରିବାର ଶେଷ ତାରିଖ ଦୁଇ ଦିନ ବୃଦ୍ଧି କରାଯାଇଥିବା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ପକ୍ଷରୁ ଜଣାପଡ଼ିଛି।

ସାରା ରାଜ୍ୟର ପ୍ରାର୍ଥୀ ମାନେ ଆବେଦନ ପ୍ରକ୍ରିୟା ସମାପ୍ତ କରିବା ପାଇଁ ଅଧିକ ସମୟ ମାଗିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଓଟିଇଟି-୨୦୨୫ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହି ତାରିଖ ନଭେମ୍ବର ୨୫ ମଧ୍ୟରାତ୍ରି ପର୍ଯ୍ୟନ୍ତ ଥିଲା। ପ୍ରାର୍ଥୀ ମାନେ ଫର୍ମଗୁଡ଼ିକ ସରକାରୀ ୱେବସାଇଟ୍ – www.bseodisha.ac.in ମାଧ୍ୟମରେ ଭରି କରିପାରିବେ।
ତେବେ ଚଳିତ ବର୍ଷ ଓଟିଇଟି-୨୦୨୫ ପରୀକ୍ଷା ଡିସେମ୍ବର ୧୭ ତାରିଖରେ ହେବାକୁ ଯାଉଛି ଓ ଏହି ପରୀକ୍ଷା ଦୁଇଟି ଅଧିବେଶନରେ ଅନୁଷ୍ଠିତ ହେବ। ପ୍ରଥମ ପେପର୍ ସକାଳ ୯ଟାରୁ ୧୧.୩୦ ଏବଂ ଦ୍ଵିତୀୟ ପେପର୍ ଅପରାହ୍ନ ୨ଟାରୁ ୪.୩୦ ସମୟ ପର୍ଯ୍ୟନ୍ତ ହେବା ନେଇ ସୂଚନା ମିଳିଛି। ତେବେ ପରୀକ୍ଷା ବିଷୟରେ ବିସ୍ତୃତ ସୂଚନା – ଯୋଗ୍ୟତା ମାନଦଣ୍ଡ, ପାଠ୍ୟକ୍ରମ ଏବଂ ନିର୍ଦ୍ଦେଶାବଳୀ ସମସ୍ତ ବିବରଣୀ – BSE ଓଡ଼ିଶା ୱେବସାଇଟରେ ଉପଲବ୍ଧ ରହିଛି।

Leave A Reply

Your email address will not be published.