ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ଟିମ ଇଣ୍ଡିଆର ଖେଳାଳି

0

କଟକ: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଶ୍ରୀକ୍ଷେତ୍ରରେ ଭାରତୀୟ କ୍ରିକେଟ ଦଳ ସଦସ୍ୟ। ଆଜି କଟକ ବାରବାଟୀ ଷ୍ଟା଼ଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ, ତା’ ପୂର୍ବରୁ ଟିମ୍ ଇଣ୍ଡିଆର ଅଧିନାୟକ ଏବଂ କୋଚ୍ ସମେତ ଅନ୍ୟ ଖେଳାଳିମାନେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଆଜି ସକାଳେ ଖେଳାଳିମାନେ ଭୁବନେଶ୍ବର ମେ ଫେୟାର ହୋଟେଲରୁ ପୁରୀ ଅଭିମୁଖେ ଯାତ୍ରା କରିଥିଲେ।

ଭାରତୀୟ କ୍ରିକେଟ ଦଳ ସଦସ୍ୟ ଏବଂ କୋଚଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଥିଲା ଜିଲ୍ଲା ପୋଲିସ। “ମନ୍ଦିର ପରିସର ଏବଂ ସିଂହଦ୍ବାରରେ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଥିଲା। ଯେହେତୁ ଫ୍ୟାନମାନେ ଖେଳାଳିମାନଙ୍କୁ ଦେଖିବାକୁ ଭିଡ଼ ଜମାଇଥିଲେ ସେ ଦୃଷ୍ଟିରୁ କ୍ଲୋଜ ପ୍ରୋଟେକସନ୍ ଟିମ୍ ମୁତୟନ ସହ ରିଙ୍ଗ ରାଉଣ୍ଡ ସିକ୍ୟୁରିଟି ବ୍ୟବସ୍ଥା କରାଯାଇଥିବା” କହିଛନ୍ତି ପୁରୀ ଏସପି ପ୍ରତୀକ ସିଂ।

ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସହ ଖେଳାଳି ମଙ୍ଗଳବାର ସକାଳୁ ପୁରୀ ଯାଇଛନ୍ତି। ସେଠାରେ ମହାପ୍ରଭୁଙ୍କ ଦର୍ଶନ ସାରି କଟକ ଯିବେ ବୋଲି ଜଣାପଡ଼ିଛି। ଅଧିନାୟକ ସୂର୍ଯ୍ୟକୁମାର ଯାବ ତାଙ୍କ ସ୍ତ୍ରୀଙ୍କ ସହ ପୁରୀ ଯାଇଛନ୍ତି। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା, କୂଲଦୀପ ଯାଦବ ମଧ୍ୟ ଯାଇଛନ୍ତି।

Leave A Reply

Your email address will not be published.