ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା

0

ଚାନ୍ଦବାଲି: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି। ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଫିଙ୍ଗି ଦେଇଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବାବେଳେ ଅନ୍ୟ ୪ ଜଣଙ୍କୁ ସନ୍ଦେହରେ ଅଟକ ରଖାଯାଇଛି।
ଏହି ଘଟଣାରେ କଡ଼ା ଆକ୍ସନ ନିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଏହା ଏକ ଲଜ୍ଜାଜନକ ଘଟଣା।ଦୋଷୀ ବିରୋଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରି ମାମଲାରେ ତ୍ୱରିତ ବେଗରେ ଦୋଷୀକୁ ଗିରଫ କରୁଛି ପୋଲିସ। ଏଭଳି ଘଟଣା ସମାଜରେ ଆଉ ନ ହେଉ। କେବଳ ସରକାରର ନୁହେଁ ସମାଜର ବି ଦାୟିତ୍ୱ ଅଛି। ମହିଳା କମିଶନର ସଦସ୍ୟା ନ୍ୟାୟିକ ତଦନ୍ତ କରିବେ ବୋଲି ସେ ଘୋଷଣା କରିଛନ୍ତି।

ସୂଚନା ମୁତାବକ, ଚାନ୍ଦବାଲି ଏନଏସି ଅନ୍ତର୍ଗତ ବାଲିଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ନାବାଳିକା ଜଣକ ଟ୍ୟୁସନ ଆସି ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ଝିଅକୁ ପାଇ ନ ଥିଲେ। ନାବାଳିକାର ମୃତଦେହ ସେଠାରେ ପଡ଼ିଥିବା ପ୍ରଚାର ହେବା ପରେ ଘଟଣାସ୍ଥଳରେ ହଜାର ହଜାର ଲୋକଙ୍କ ଭିଡ ଜମା ହୋଇଥିବାବେଳେ ଚାନ୍ଦବାଲି ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଚାନ୍ଦବାଲି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାବେଳେ ପୋଲିସ ମୁତୟନ କରାଯାଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବାବେଳେ ଅନ୍ୟ ୪ ଜଣଙ୍କୁ ସନ୍ଦେହରେ ଅଟକ ରଖାଯାଇଛି। ଉତ୍ତ୍ୟକ୍ତ ଲୋକେ ପ୍ରଥମେ ବାଲିଗାଁଠାରେ ରାସ୍ତା ଅବରୋଧ କରିଥିଲେ। ପରେ ଚାନ୍ଦବାଲି ବଜାରରେ ପହଞ୍ଚି ଟାୟାର ଜାଳି ରାସ୍ତାରୋକୋ କରିଥିଲେ।

Leave A Reply

Your email address will not be published.